ଏହି ନୂଆ ଅଭିନେତ୍ରୀ ଜିମ୍‌ ଆଉଟଫିଟ୍‌ରେ ବାହାରିଥିଲେ, ବୁଲି ବୁଲି ଦେଖୁଥିଲେ ଲୋକେ

Published By : Prameya-News7 Bureau | February 11, 2019 IST

ମୁମ୍ୱାଇ୧୧|୯: ସିନେମା ଅଭିନେତ୍ରୀମାନେ ନିଜ ସୌନ୍ଦର୍ଯ୍ୟତା ଓ ଫିଟନେସର ବହୁତ ଧ୍ୟାନ ରଖନ୍ତି। ଫିଟନେସ ପାଇଁ ଜିମ୍‌ ଯାଆନ୍ତି। ଅଧିକାଂଶ ସମୟରେ ଅଭିନେତ୍ରୀଙ୍କୁ ଜିମ୍‌ରେ ୱାର୍କଆଉଟ କରିବାର ସ୍ପଟ୍‌ କରାଯାଏ। ଅଭିନେତ୍ରୀମାନେ ଜିମ୍‌ ଲୁକ୍‌ରେ ଖୁବ ହଟ୍ ମଧ୍ୟ ଦେଖାଯାଆନ୍ତି।

{"id":84105,"width":594,"height":332}

ତେବେ ବଲିଉଡର ନୂଆ ଚେହେରା ଅନନ୍ୟା ପାଣ୍ଡେଙ୍କୁ ଏବେ ଜିମ୍‌ ଲୁକରେ ସ୍ପଟ୍‌ କରାଯାଇଥିଲା। ହିନ୍ଦି ସିନେମା ଜଗତର ପ୍ରତିଷ୍ଠିତ ଅଭିନେତା ଚଂକୀ ପାଣ୍ଡେଙ୍କ ଝିଅ ଅନନ୍ୟା ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଅନନ୍ୟା ଜିମ୍‌ ଆଉଟଫିଟ୍‌ରେ ଏତେ ସୁନ୍ଦର ଦେଖାଯାଉଥିଲେ ଯେ ଲୋକେ ତାଙ୍କୁ ବାରମ୍ୱାର ଦେଖୁଥିଲେ। ଅନନ୍ୟାଙ୍କ ନିରୀହ ଚେହେରା ଓ ସୌନ୍ଦର୍ଯ୍ୟତା ତାଙ୍କ ସୁନ୍ଦରତାକୁ ବଢାଇଥାଏ।

{"id":84107,"width":592,"height":404}

କରନ ଜୋହାରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ୟିଅର- ୨ ରେ ଅନନ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମରୁ ସେ ବଲିଉଡରେ ଡେବ୍ୟୁ କରିବେ। ସିନେମା ମୁକ୍ତିଲାଭ ହେବା ପୂର୍ବରୁ ଅନନ୍ୟା ଦର୍ଶକଙ୍କର ପ୍ରିୟ ଅଭିନେତ୍ରୀ ହୋଇଗଲେଣି। ଆକର୍ଷଣୀୟ ଫିଗର ଓ ସୌନ୍ଦର୍ଯ୍ୟତା ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି ଅନନ୍ୟା ।

{"id":84110,"width":591,"height":331}

ନୂଆ ଅଭିନେତ୍ରୀଙ୍କ ମଧ୍ୟରୁ ଅନନ୍ୟା ସବୁଠୁ ସୁନ୍ଦର ବୋଲି କୁହାଯାଉଛି। କମ ବୟସରେ ସିନେମା ଜଗତରେ ପାଦ ଦେବାକୁ ଯାଉଛନ୍ତି ଅନନ୍ୟା। ଚର୍ଚ୍ଚିତା ଅନନ୍ୟା ଆଗାମୀ ଦିନରେ ସୁପରଷ୍ଟାର ହେବେ ବୋଲି କୁହାଯାଉଛି। ଷ୍ଟୁଡେଣ୍ଟ ଅଫ ଦ ୟିଅର-୨ରେ ଅନନ୍ୟାଙ୍କ ବିପକ୍ଷରେ ଟାଇଗର ଶ୍ରୋଫ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.