ଡ୍ୟାନ୍ସ ଆଉଟଫିଟ୍ରେ ନଜର ଆସିଲେ ଅନନ୍ୟା, ସାଙ୍ଗରେ କାର୍ତ୍ତିକଙ୍କୁ ଦେଖି ପ୍ରଶଂସକଙ୍କ ମନରେ ଉଠିଲା ପ୍ରଶ୍ନ….
21/10/2019 at 6:10 PM

ନୂଆଦିଲ୍ଲୀ୨୧|୧୦: ଫିଲ୍ମରେ କିମ୍ବା କୌଣସି ଇଭେଣ୍ଟରେ ଅନନ୍ୟା ପାଣ୍ଡେ ବୋଲ୍ଡନେସରେ ନଜର ଆସିଥାନ୍ତି। ନିକଟରେ ଅନନ୍ୟା ଏକ ବାଇଗଣୀ ରଙ୍ଗର ଡ୍ୟାନ୍ସ ଆଉଟ୍ଫିଟ୍ ଡ୍ରେସରେ ନଜର ଆସିଥିଲେ। ଏବେ ଅନନ୍ୟାଙ୍କ ଆଉଟଫିଟ୍ ଡ୍ରେସର ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। ଏଥିସହ ଅନନ୍ୟାଙ୍କ ସହ କାର୍ତ୍ତିକଙ୍କୁ ଦେଖିଲା ପରେ ପ୍ରଶସଂକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକୃତରେ କାର୍ତ୍ତିକା କାହା ସହ ଡେଟ୍ କରୁଛନ୍ତି ସାରା ଅଲୀ ନା ଅନନ୍ୟା। ଏହିଭଳି ଦ୍ବନ୍ଦ୍ବରେ ସେମାନଙ୍କ ପ୍ରଶଂସକ ରହିଛନ୍ତି।
ମୁମ୍ବାଇର ଏକ ଡ୍ୟାନ୍ସ କ୍ଲାସ ବାହାରେ ଅନନ୍ୟା ନଜର ଆସିଥିଲେ। ତାଙ୍କର ସ୍ମାର୍ଟ ଲୁକ୍ର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଅନ୍ୟପଟେ ତାଙ୍କ ସହ କାର୍ତ୍ତିକ ଫଟୋ ବି ସୋସିଆଲ ମିଡିଆ ୟୁଜର୍ସଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି।
ଅନନ୍ୟା ପାଣ୍ଡେ ଓ ସାରା ଅଲୀ ଦୁଇଜଣ ଘନିଷ୍ଠ ବନ୍ଧୁ। ଦୁଇଜଣ କାର୍ତ୍ତିକ ଆରିୟାନଙ୍କ ପାଇଁ ପାଗଳ। ସାରା ଅଲୀଙ୍କ ସହ କାର୍ତ୍ତିକା ବହୁ ସ୍ଥାନରେ ନଜର ଆସିଛନ୍ତି। କିନ୍ତୁ ଅନନ୍ୟା ପାଣ୍ଡେଙ୍କ ସହ ବହୁ କମ୍ ସ୍ଥାନରେ କାର୍ତ୍ତିକ ନଜର ଆସିଛନ୍ତି। ଦୁଇଜଣଙ୍କ ମଧ୍ୟରୁ କାର୍ତ୍ତିକ କାହା ଡେଟ୍ କରୁଛନ୍ତି ଏପର୍ଯ୍ୟନ୍ତ ସେମାନଙ୍କ ପ୍ରଶଂସକ ଦ୍ବନ୍ଦରେ ରହିଛନ୍ତି।