Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

‘ଆଁଖ ମାରେ’…ଅନନ୍ୟା ପାଣ୍ଡେଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି ଦର୍ଶକ ଖୁସ୍, ଭିଡିଓ ଭାଇରାଲ

5/02/2020 at 1:21 PM

ମୁମ୍ବାଇ୫|୨: ପ୍ରସିଦ୍ଧ ହାସ୍ୟ କଳାକାର ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଫିଲ୍ମ ଜଗତରେ ପାଦ ଦେଉ ଦେଉ ଦର୍ଶକଙ୍କ ଦିଲରେ ରାଜ କରିଲେଣି।ବଲିଉଡ୍‌ରେ ଷ୍ଟାର୍‌ କିଡ୍‌ସଙ୍କ ମଧ୍ୟରୁ ଅନନ୍ୟା ପାଣ୍ଡେ ବେଶ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ୟିଅର ୨ରେ ଅଭିନୟ କରି ଅନନ୍ୟା ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି। ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ମଧ୍ୟ ସେ ଜଣେ ପ୍ରସିଦ୍ଧ ଷ୍ଟାର କିଡ ଭାବେ ଚର୍ଚ୍ଚିତ ଥିଲେ।

ଫିଲ୍ମ ବ୍ୟତୀତ ଅନନ୍ୟା ସୋସିଆଲ ମିଡିଆ ମାଧ୍ୟ ବେଶ ଆକ୍ଟିଭ ରୁହନ୍ତି। ନିକଟରେ ଅନନ୍ୟାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପାଇଁ ଅନନ୍ୟା ପୁଣିଥରେ ଚର୍ଚ୍ଚାରେ ଅଛନ୍ତି।

ଅନନ୍ୟା ଏକ ସଙ୍ଗୀତ୍‌ ପଙ୍କସନ୍‌କୁ ଯାଇଥିଲେ। ସେଠାରେ ସେ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ସିମ୍ବା’ର ଗୀତ ‘ଆଁଖ୍‌ ମାରେ’ରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଅନନ୍ୟାଙ୍କର ଡ୍ୟାନ୍ସିଂ ଅନ୍ଦାଜ ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଥିଲା। ଅଧିକାଂଶ ଲୋକେ ସେଠାରେ ତାଙ୍କ ଫଟୋ ଉଠାଇବାକୁ ଲାଗିଥିଲେ। 

ଏହି ଗୀତରେ ଅନନ୍ୟା ବହୁତ ଅଧିକ ସମୟ ଯାଏ ଡ୍ୟାନ୍ସ କରୁଥିବା ଦେଖାଯାଇଥିଲା।ଏହି ଡ୍ୟାନ୍ସ ଭିଡିଓକୁ ଅନନ୍ୟା ଫ୍ୟାନ୍ସ ଗ୍ରୁପ୍‌ ତରଫରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।ଆଗକୁ ଅନନ୍ୟା ପାଣ୍ଡେ ଓ ଅଭିନେତା ଇଶାନ୍‌ ଖଟ୍ଟରଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ ମିଳିବ।

ଅନନ୍ୟା ଓ ଇଶାନ୍‌ ପରସ୍ପରଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ । ଚଳିତବର୍ଷ ଜୁନ୍‌ ମାସ ୧୨ ତାରିଖରେ ‘ଖାଲି ପିଲି’ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଛି। ଏକ ସାକ୍ଷାତକାରରେ ଅନନ୍ୟା କହିଛନ୍ତି ଯେ, ସେ ଏକ ରୋମାଣ୍ଟିକ୍‌ ଫିଲ୍ମ କରିବାକୁ ଚାହୁଁଥିଲେ। ‘ଖାଲିପିଲି’ ଫିଲ୍ମରେ ଇଶାନ୍‌ଙ୍କ ସହ ଅଭିନୟ କରି ସେ ବହୁତ ଖୁସି। 

   Related Posts