#no_makeup_look ଚ୍ୟାଲେଞ୍ଜ : ଇନଷ୍ଟାରେ ଅନନ୍ୟା ପାଣ୍ଡେଙ୍କ ଫଟୋରେ କମେଣ୍ଟ ଦେଇ ଚର୍ଚ୍ଚାରେ ଅର୍ଜ୍ଜୁନ କପୁର

Published By : Prameya-News7 Bureau | April 10, 2020 IST

ମୁମ୍ବାଇ ୧୦/୪: ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ ସହ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି। ଦେଶରେ ଲକଡାଉନ୍ ଚାଲିଥିବାବେଳେ ଅନେକ ସେଲିବ୍ରିଟିମାନେ ଲୋକଙ୍କ ମଧ୍ୟରେ ଏହି ଭୟଙ୍କର ଭାଇରସକୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି ତ କେତେକ ସେଲେବ୍ ଘରେ ବସି ବୋର୍ ହେଉଛନ୍ତି ଏବଂ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆ ଜରିଆରେ ନିଜର ଅପଡେଟ୍ ଦେଉଛନ୍ତି। ଅନନ୍ୟା ମଧ୍ୟ ଏପରି କରୁଛନ୍ତି।

wp:core-embed/instagram {"url":"https://www.instagram.com/p/B-wLdAIgjVI/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-wLdAIgjVI/?utm_source=ig_embed
/wp:core-embed/instagram

ଅନନ୍ୟା ନିଜ ଫ୍ରେଣ୍ଡଙ୍କ ସହ ଭିଡିଓ ଚ୍ୟାଟ୍ କରୁଥିଲେ ଏବଂ ଏହି ସମୟରେ ସେ ନିଜ ଲୁକ୍ସର କିଛି ଫଟୋ କ୍ଳିକ୍ କରିଥିଲେ। ସେ ଏହି ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯାହା ପରେ ତାଙ୍କ ଫ୍ୟାନ୍ସମାନେ ଏହି ଫଟୋରେ କମେଣ୍ଟ ଦେଇଥିଲେ। ଅଭିନେତା​‌ ଅର୍ଜ୍ଜୁନ କପୁରଙ୍କୁ ଅନନ୍ୟାଙ୍କ ଫଟୋ ପସନ୍ଦ ହୋଇଥିଲା। ଏଥିପାଇଁ ତାଙ୍କୁ ବିଶ୍ବାସ ହୋଇନଥିଲା ଯେ ଏହା ତାଙ୍କ ଘରେ ରହିବାର ଫଟୋ। ସେ କମେଣ୍ଟରେ ଲେଖିଛନ୍ତି ଯେ ଏହା ଫଟୋସୁଟ୍।

{"id":251792,"sizeSlug":"large"}

ଅନନ୍ୟାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ଯଦି ସେ ନିଜର କିଛି ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଈଶାନ ଖଟ୍ଟରଙ୍କ ସହ ଖାଲି ପିଲିରେ ନଜର ଆସିବେ। ଏହା ବ୍ୟତୀତ ସେ ଶକୁନ ବାତ୍ରାଙ୍କ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଦୀପିକା ପାଦୁକୋନ ଭଳି ​‌ଷ୍ଟାର ନଜର ଆସିବେ। ଏହା ବ୍ୟତୀତ ସେ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ସହ ମଧ୍ୟ ଏକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ନାଁ ଫାଇଟର ।

{"id":251793,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.