ରାତି ଅଧରେ ଏହି ଅଭିନେତାଙ୍କ ସହ ବାଇକ୍‌ରେ ନଜର ଆସିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଫଟୋ ଭାଇରାଲ୍

Published By : Prameya-News7 Bureau | March 01, 2020 IST

ମୁମ୍ବାଇ ୧।୩ : ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଅଭିନେତା ବିଜୟ ଦେବରାକୋଣ୍ଡା ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ମୁମ୍ବାଇରେ ଆରମ୍ଭ କରିସାରିଲେଣି । ନିକଟରେ ମୁମ୍ବାଇର ଏକ ରାସ୍ତାରେ ଫିଲ୍ମର ଏକ ରୋମାଣ୍ଟିକ୍ ଦୃଶ୍ୟର ଶୁଟିଂ ହୋଇସାରିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

{"id":231097,"sizeSlug":"large"}

ଫିଲ୍ମର ସେଟ୍ ରୁ ଭାଇରାଲ୍ ହୋଇଥିବା ଏହି ଫଟୋରେ ‘ଷ୍ଟୁଣ୍ଡେଣ୍ଟ ଅଫ୍ ଦ ଇୟର ୨’ର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବାଇକ୍ ଟାଙ୍କି ଉପରେ ବସିଥିବାର ନଜର ଆସିଛନ୍ତି । ବିଜୟ ଦେବରାକୋଣ୍ଡା ବାଇକ୍ ଚଲାଉଛନ୍ତି । ବିଜୟ ଦେବରାକୋଣ୍ଡା ‘ଅର୍ଜୁନ ରେଡ୍ଡୀ’ ଫିଲ୍ମରୁ ଚର୍ଚ୍ଚାରେ ଆସିଥିଲେ । ଏହି ଫିଲ୍ମର ହିନ୍ଦି ରିମେକ୍ ଥିଲା ‘କବୀର ସିଂ’ । ଏହି ଫିଲ୍ମରେ ଅଭିନେତା ସାହିଦ କପୁର ଏବଂ କିୟାରା ଆଡଭାନୀଙ୍କୁ ଦେଖିବାକୁ ମିଳିଥିଲା ।

{"id":231098,"sizeSlug":"large"}

ଫିଲ୍ମର ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଆଗାମୀ ପ୍ରୋଜେକ୍ଟରେ ଉଭୟ ନଜର ଆସିବେ । ଟ୍ବିଟରରେ ଫିଲ୍ମର ପ୍ରଯୋଜକ କରଣ ଜୋହର ଏହାର ଘୋଷଣା ମଧ୍ୟ କରିଥିଲେ । ଫିଲ୍ମ ସହ ଜଡିତ କୌଣସି ବିଷୟରେ ଏବେ ପର୍ଯ୍ୟନ୍ତ କିଛି ଖୁଲାସା କରାଯାଇନାହିଁ ।

{"id":231099,"sizeSlug":"large"}

ଏହି ଫିଲ୍ମର ପ୍ରଯୋଜକ କରଣ ଜୋହର ଟ୍ବିଟ୍ କରି ଲେଖିଥିଲେ ଯେ, ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ନର୍ଦ୍ଦେଶିତ ପ୍ୟାନ୍ ଇଣ୍ଡିଆ ଭେନଚରର ଫିଲ୍ମରେ ଦେବରାକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେଙ୍କୁ ସ୍ବାଗତ କରୁଛି । ଏହା ଖୁବ୍ ରୋମାଞ୍ଚକର ରହିବ ।

{"id":231100,"sizeSlug":"large"}

ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ଲେଖିଥିଲେ ଯେ, ଅଭିନେତା ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ତାଙ୍କ ଫିଲ୍ମରେ ନେଇ ସେ ବହୁତ ଖୁସି ଅଛନ୍ତି । ଏହି ଫିଲ୍ମର ପ୍ରଯୋଜନା କରିବେ କରନ ଜୋହର । ଏହି ଫିଲ୍ମର ଶୁଟିଂ ବେଳେ ସମସ୍ତେ ଏହାକୁ ବେଶ୍ ଉପଭୋଗ କରିବେ ବୋଲି ସେ ଲେଖିଥିଲେ ।

{"id":231101,"sizeSlug":"large"}

ଅନନ୍ୟା ପାଣ୍ଡେ ବଲିଉଡ୍ ରେ ସାଉଥ୍ ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କୁ ସ୍ବାଗତ କରି କହିଥିଲେ ଯେ, କୌଣସି ପ୍ୟାନ୍ ଇଣ୍ଡିଆ ଫିଲ୍ମରେ ଅଭିନୟ କରି ସେ ଖୁବ୍ ଖୁସି ଥିବା ସହ ରୋମାଞ୍ଚିତ ମଧ୍ୟ ଅଛନ୍ତି । ସେ ନିଜକୁ ଧନ୍ୟ ମନେକରୁଛନ୍ତି । ଦେବରାକୋଣ୍ଡା ମଧ୍ୟ ତେଲୁଗୁ, ତାମିଲ, କନ୍ନଡ ଏବଂ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନନ୍ୟାଙ୍କୁ ସ୍ବାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.