Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବିଳମ୍ବରେ ପହଞ୍ଚିବାରୁ ଅନନ୍ୟାଙ୍କୁ ୱାଙ୍ଖଡେଙ୍କ କଡା ତାଗିଦ, କ୍ଲାସ୍ ନେଲେ ସମୀର , କହିଲେ-‘ଏହା ତୁମର ପ୍ରଡକ୍ସନ୍ ହାଉସ୍ ନୁହେଁ’

23/10/2021 at 11:28 AM

ମୁମ୍ବାଇ ୨୩/୧୦: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଆର୍ଯ୍ୟନ୍ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଚାଟ୍ ସାମ୍ନାକୁ ଆସିବା ପରେ ଏନସିବି ଅନୁସନ୍ଧାନର ପରିସର ବୃଦ୍ଧି କରିଛି। ଡ୍ରଗ୍ସ ମାମଲାରେ ବର୍ତ୍ତମାନ ଆର୍ଯ୍ୟନ ଖାନ ଜେଲରେ ଥିବାବେଳେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଏନସିବି ଅଧୀନରେ ଆସିଛନ୍ତି। ଶୁକ୍ରବାର ଦିନ ଅନନ୍ୟା ପାଣ୍ଡେଙ୍କୁ ଏହି ମାମଲାରେ ଦ୍ୱିତୀୟ ଥର ପଚରାଉଚରା କରାଯାଇଥିଲା, କିନ୍ତୁ ସେ ଠିକ୍ ସମୟରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚି ନଥିଲେ, ଯେଉଁଥିପାଇଁ ଅନନ୍ୟାଙ୍କୁ ତାଗିଦ କରାଯାଇଥିଲା।

ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଅନନ୍ୟାଙ୍କୁ ବିଳମ୍ବ ହେତୁ ତାଗିଦ୍ କରି କହିଛନ୍ତି, ‘ତୁମକୁ ସକାଳ ୧୧ ଟାରେ ଡକାଯାଇଥିଲା, ତୁମେ ବର୍ତ୍ତମାନ ଆସୁଛ। ଅଧିକାରୀମାନେ ତୁମକୁ ଅପେକ୍ଷା କରି ବସି ନାହାଁନ୍ତି। ଏହା ତୁମର ପ୍ରଡକ୍ସନ୍ ହାଉସ୍ ନୁହେଁ, ଏହା ସେଣ୍ଟ୍ରାଲ୍ ଏଜେନ୍ସିର ଅଫିସ୍, ତୁମକୁ ଯେଉଁ ସମୟରେ ଡକାଯିବ ସେହି ସମୟରେ ଆସି ପହଞ୍ଚିଯିବ।’

ଏନସିବି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦ୍ୱିତୀୟ ଥର ୧୧ ଟା ସମୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲେ କିନ୍ତୁ ଅନନ୍ୟା ୧୧ ଟା ପରିବର୍ତ୍ତେ ୨ ଘଣ୍ଟା ପରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏନସିବି ଶୁକ୍ରବାର ଦିନ ଅନନ୍ୟା ପାଣ୍ଡେଙ୍କୁ ୪ ଘଣ୍ଟା ପ୍ରଶ୍ନ କରିଥିଲା। ଗୁରୁବାର ମଧ୍ୟ ଏନସିବି ଅନନ୍ୟାଙ୍କୁ ଏହି ମାମଲାରେ ୨ ଘଣ୍ଟା ପ୍ରଶ୍ନ କରିଥିଲା। ସୋମବାର ପୁଣି ଥରେ ପଚରାଉଚରା ପାଇଁ ଅନନ୍ୟା ପାଣ୍ଡେଙ୍କୁ ଏନସିବି ପକ୍ଷରୁ ଡକାଯାଇଛି।

   Related Posts