Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫିଲ୍ମ ‘ଖାଲି ପିଲି’ରେ ଟପୋରୀ ଝିଅ ଭୂମିକାରେ ଅଭିନୟ କରିବେ ଅନନ୍ୟା ପାଣ୍ଡେ : ଆଲିୟା ଭଟ୍ଟଙ୍କ ଏହି ଭୂମିକାରୁ ନେଉଛନ୍ତି ପ୍ରେରଣା

ମୁମ୍ବାଇ ୩୦/୧୧: ଅନନ୍ୟା ପାଣ୍ଡେ କେବେ ବି ନିଜକୁ ଆଲିୟା ଭଟ୍ଟଙ୍କ ଫ୍ୟାନ୍ କହିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଅନେକ ଥର ସମସ୍ତଙ୍କ ସାମନାରେ ମାନିଛନ୍ତି ଯେ ସେ ଆଲିୟାଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କ କାମର ବହୁତ ବଡ଼ ଫ୍ୟାନ୍। ଏବେ ନିଜର ଏକ ସାକ୍ଷାତକାରରେ ଅନନ୍ୟା ପୁଣି ଥରେ ଆଲିୟା ଭଟ୍ଟଙ୍କ ବିଷୟରେ କହିଛନ୍ତି।

ଅନନ୍ୟା କହିଛନ୍ତି ଯେ ସେ ଈଶାନ ଖଟ୍ଟରଙ୍କ ସହ ଫିଲ୍ମ ‘ଖାଲି ପିଲି’ରେ କାମ କରୁଛନ୍ତି। ଏହି ଫିଲ୍ମରେ ସେ ଏକ ଟପୋରୀ ଝିଅ ଭୂମିକାରେ ଅଭିନୟ କରିବେ। ସେ ଏଥିପାଇଁ ଆଲିୟାଙ୍କ ‘ଗଲି ବୟ’ରେ ସଫିନା ଭୂମିକାରୁ ପ୍ରେରଣା ନେଉଛନ୍ତି।

ନିଜ ସାକ୍ଷାତକାରରେ ଅନନ୍ୟା କହିଛନ୍ତି ଯେ ଫିଲ୍ମ ‘ଖାଲି ପିଲି’ରେ ସେ ଜଣେ ମୁମ୍ବାଇ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଏଥିପାଇଁ ତାଙ୍କୁ ବମ୍ବୟା ଭାଷା କହିବାକୁ ପଡ଼ିବ। ତେଣୁ ସେ ଆଲିୟାଙ୍କଠୁ ପ୍ରେରଣା ନେବେ।

ଅନନ୍ୟାଙ୍କୁ କ୍ୟାରିୟର ଆରମ୍ଭରେ ଭିନ୍ନ ଭିନ୍ନ ଭୂମିକା ଏବଂ ଭାଷା କହିବାକୁ ସୁଯୋଗ ମିଳୁଛି। ସେ ଏଥିପାଇଁ ଖୁସି ଅଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ରେ ସେ ଜ​‌ଣେ ଖାଣ୍ଟି ଦିଲ୍ଲୀ ଝିଅ ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ଖାଣ୍ଟି ହିନ୍ଦୀ ଭାଷା କହିବାକୁ ପଡ଼ିଛି।

306 Views

   ସମ୍ବନ୍ଧିତ ଖବର