ଅନନ୍ତନାଗରେ ଏନକାଉଣ୍ଟର : ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

Published By : Prameya-News7 Bureau | May 11, 2021 IST

ଜାମ୍ମୁ ୧୧/୫ : ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର । ଯେଉଁଥିରେ ତିନି ଜଣ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି ସୁରକ୍ଷା ବାହିନା । ଏହାପୂର୍ବରୁ, ଶୋପିଆନ୍ ଜିଲ୍ଲାରେ ମେ ୬ରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ସମୟ ମଧ୍ୟରେ ଜଣେ ଆତଙ୍କବାଦୀ ମଧ୍ୟ ଆତ୍ମସମର୍ପଣ କରିଥିଲେ ।

wp:html /wp:html

ଆଇଜି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ ସେ ୩ ଲସ୍କର-ଇ-ତୋଇବାର ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛୁ । ଜିଲ୍ଲାର କୋକର୍ନାଗ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ନେଇ ଖଭର ଆସିଥିଲା । ଏହାକୁ ଭିତ୍ତି କରି ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କର୍ଡନ କଡାକଡି ହୋଇ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ସୁରକ୍ଷା ବାହିନୀ ସାମ୍ନାକୁ ଆସି ତିନି ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.