ମୁସଲମାନ ବାପା ଏବଂ ଖ୍ରୀଷ୍ଟିଆନ ମା'ଠାରୁ କେମିତି ଜନ୍ମ ହେଲା ବ୍ରାହ୍ମଣ ସନ୍ତାନ : ପ୍ରମାଣ ମାଗିଲେ ବିବାଦୀୟ ମନ୍ତ୍ରୀ ହେଗଡେ

Published By : Prameya-News7 Bureau | March 11, 2019 IST

ଦିଲ୍ଲୀ ୧୧/୩ : ବିବାଦୀୟ ବୟାନ ଦେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ପୁଣିଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ହେଗଡେ | ସେ କହିଛନ୍ତି ଯେ, ମୁସଲମାନ ବାପା ଏବଂ ବିଦେଶୀ ଖ୍ରୀଷ୍ଟିଆନ ମା'ଠାରୁ ଜନ୍ମ ହୋଇଥିବା ସନ୍ତାନ ବ୍ରାହ୍ମଣ କେମିତି ହେଲା | କର୍ଣ୍ଣାଟକ ଭଟକଲରେ ଏକ ସମାରୋହରେ ଦଳର କର୍ମୀଙ୍କୁ ସମ୍ବୋଧିତ କରି ଏଭଳି ମନ୍ତବ୍ୟ ଦେଇଛନ୍ତି | ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ 'ଗାନ୍ଧୀ' କିଭଳି ହେଲେ ସେନେଇ ପ୍ରଶ୍ନ କରିଛନ୍ତି ହେଗଡେ | କଂଗ୍ରେସ ନେତାଙ୍କ ତରଫରୁ ଭାରତୀୟ ବାୟୁସେନା ଦ୍ୱାରା ଵାଲାକୋଟରେ କରାଯାଇଥିବା ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିବା ପରେ ରାହୁଲଙ୍କୁ ବ୍ରାହ୍ମଣ ହେବାର ପ୍ରମାଣ ମାଗିଥିଲେ ହେଗଡେ |


ସେ କହିଥିଲେ ଯେ, ମୁସଲମାନର ସନ୍ତାନ (ରାଜୀବ ଗାନ୍ଧୀ) କେମିତି ବ୍ରାହ୍ମଣ ହେଲେ ତାର କ'ଣ ପ୍ରମାଣ ଅଛି କି ? ସେ କହିଥିଲେ ଯେ, ସେ ଥଟ୍ଟା କରୁନାହାନ୍ତି ବରଂ ଅନ ରେକର୍ଡ ପ୍ରଶ୍ନ କରୁଛନ୍ତି | ଯେତେବେଳେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ପରିଚୟ ପାଇଁ ଡିଏନଏ ଟେଷ୍ଟ କରିବା ପାଇଁ କୁହାଯାଇଥିଲା | ସେତେବେଳେ ରାହୁଲ ଗାନ୍ଧୀଙ୍କ ଡିଏନଏ ଟେଷ୍ଟ କରିବା ପାଇଁ କୁହାଯିବାରୁ ସୋନିଆ ଗାନ୍ଧୀ ମନା କରିଦେଇଥିଲେ | ସୋନିଆ ଗାନ୍ଧୀ କହିଥିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଡିଏନଏ ଟେଷ୍ଟ କରିଦିଅନ୍ତୁ | ତେବେ ସତ କ'ଣ ସମସ୍ତେ ଜାଣିଛନ୍ତି ତଥାପି ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି | ପ୍ରମାଣ ମାଗିବାଔକାତ କଂଗ୍ରେସର ନାହିଁ ବୋଲି କହିଛନ୍ତି ବିଜେପି ନେତା ଅନନ୍ତ କୁମାର ହେଗଡେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.