ଆଜି ସ୍ବର୍ଗତ ଅନନ୍ତ କୁମାରଙ୍କ ଶେଷକୃତ୍ୟ; ଜାଣନ୍ତୁ ବିଜେପିରେ ତାଙ୍କର ଯୋଗଦାନ

Published By : Prameya-News7 Bureau | November 13, 2018 IST

ବାଙ୍ଗାଲୁରୁ ୧୩/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟର ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା | ବୈଠକରେ ଦିବଂଗତ ନେତା ଅନନ୍ତ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା | ନରେନ୍ଦ୍ର ମୋଦି ବନାରସରୁ ସିଧା ବାଙ୍ଗାଲୁରୁ ପହଂଚି ସ୍ବର୍ଗତ ଅନନ୍ତ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ମୋଦି ଅନନ୍ତ କୁମାରଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣେଇଥିଲେ | କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଵାଲା ଏବଂ କର୍ଣ୍ଣାଟକ ବିଜେପି ପ୍ରମୁଖ ନେତା ବି.ଏସ.ୟେଦୁରପ୍ପା ମଧ୍ୟ ସାମିଲ ଥିଲେ | ଅନନ୍ତ କୁମାରଙ୍କ ପାର୍ଥିବ ଶରୀରକୁ ଆଜି ବାଙ୍ଗାଲୁରୁର ନ୍ୟାସନାଲ କଲେଜ ଗ୍ରାଉଣ୍ଡରେ ରଖାଯିବ | କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ସାରା ଦେଶରେ ରାଷ୍ଟ୍ରୀୟ ପତାକା ଅର୍ଦ୍ଧ ନାମିତ କରିବାକୁ ନିର୍ଦେଶ ଦେଇଛନ୍ତି | ଆସନ୍ତୁ ଜାଣିବା ବିଜେପି ପ୍ରତି ଅନନ୍ତ କୁମାରଙ୍କ ଯୋଗଦାନ ଯେଉଁଥିପାଇଁ ତାଙ୍କୁ ସର୍ବଦା ମାନେ ରଖିବ ବିଜେପି ଦଳ - ଜରୁରୀକାଳୀନ ସମୟରେ ଜନସଂଘର ପ୍ରତିଷ୍ଠିତ ନେତା ଉତ୍ତର ଭାରତରେ ନିଜ ଦଳ ସମ୍ଭାଳିଥିଲେ ସେତେବେଳେ କର୍ଣ୍ଣାଟକରେ ଯୁବନେତା ଅନ୍ତ କୁମାର ତତ୍କାଳୀନ ଇନ୍ଦିରା ସରକାରଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଥିଲେ | ସେ ସେତେବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ର ରାଜନୀତିରେ ଥିଲେ | ସେ ସମୟରେ ସେ ୩୦ ଦିନ ଯାଏଁ ଜେଲରେ ମଧ୍ୟ ଥିଲେ | - ଛାତ୍ର ରାଜନୀତି ପରେ ୧୯୮୭ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ | ସେତେବେଳେ ବିଜେପି ଦେଶରେ ନିଜର ସ୍ଥିତି ଆଣିବା ପାଇଁ ଯତ୍ନବାନ ଥିଲା | ସେତେବେଳେ କର୍ଣ୍ଣାଟକରେ ବିଜେପିର ପ୍ରଚାର ପ୍ରସାର ନେଇ ଅନନ୍ତ କୁମାରର ଅତୁଳନୀୟ ଯୋଗଦାନ ରହିଥିଲା | ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ପ୍ରଖରତା ଯୋଗୁଁ ସେ ଖୁବ ଶୀଘ୍ର ଦଳରେ ନିଜର ସ୍ଥାନ ପ୍ରତିଷ୍ଠା କରିପାରିଥିଲେ | ୧୯୯୮ ମସିହାରେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା | ବାଜପେୟୀ ସରକାରଙ୍କ ସମୟରେ ସେ ସର୍ବ କନିଷ୍ଠ ମନ୍ତ୍ରୀ ଥିଲେ | - ଛାତ୍ର ରାଜନୀତିରେ ସକ୍ରିୟ ଥିବା ଯୋଗୁଁ କର୍ଣ୍ଣାଟକରେ ଏବିବିପି ସଦସ୍ୟ ଥିବାବେଳେ ୧୯୮୫ ମସିହାରେ ସେ ରାଷ୍ଟ୍ରୀୟ ସଚିବ ନିଯୁକ୍ତ ହୋଇଥିଲେ | ୧୯୯୫ ମସିହାରେ ସେ ବିଜେପିର ରାଷ୍ଟ୍ରୀୟ ସଚିବ ନିଯୁକ୍ତ ହୋଇଥିଲେ | ୧୯୯୫ ମସିହାରେ ସେ ପ୍ରଥମଥର ପାଇଁ ଲୋକସଭା ଟିକେଟ ପାଇଥିଲେ ଏବଂ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ | ଏହାପରେ ଲଗାତାର ୬ଥର ସେ ସାଂସଦ ଥିଲେ | ୨୦୧୪ ନିର୍ଵାଚନରେ ବହୁ ସଂଖ୍ୟକ ଭୋଟରେ କଂଗ୍ରେସଠୁ ଜିତି ବିଜେପିର ସଂସଦୀୟ କାର୍ଯ୍ୟମନ୍ତ୍ରୀ ହୋଇଥିଲେ | - ୧୯୫୯ ମସିହା ଜୁଲାଇ ୨୨ ତାରିଖରେ ବାଙ୍ଗାଲୁରୁର ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅନନ୍ତ କୁମାର | ତାଙ୍କ ପିତା ନାରାୟଣ ଶାସ୍ତ୍ରୀ ଜଣେ ରେଳବାଇ କର୍ମଚାରୀ ଥିଲେ ଏବଂ ମା ଗୃହିଣୀ ଥିଲେ | କର୍ଣ୍ଣାଟକ ବିଶ୍ୱ ବିଦ୍ୟାଳୟ କେ.ଏସ.ଆର୍ଟ୍ସ କଲେଜରୁ ସ୍ନାତ୍ତକ କରିଥିଲେ | ସେ ଛାତ୍ର ରାଜନୀତିର ନିଜ କ୍ୟାରିଅର ଆରମ୍ଭ କରିଥିଲେ | - ଜଣେ ରାଜନେତା ହିସାବରେ ଦକ୍ଷିଣ ଭାରତରେ ସେ ବହୁତ ଲୋକପ୍ରିୟ ଥିଲେ | ବିଜେପି ସରକାର ସମୟରେ ସଂଯୁକ୍ତ ରାଷ୍ଟ୍ରର ଏକ ସଭାରେ ତାଙ୍କୁ ଯେତେବେଳେ ଭାଷଣ ଦେବାକୁ କୁହାଯାଇଥିଲା ସେତେବେଳେ ସେ ନିଜ ମାତୃଭାଷା କନ୍ନଡରେ ଭାଷଣ ଦେଇ ଦକ୍ଷିଣ ଭାରତର କୋଟି କୋଟି ଜନତାଙ୍କ ମନ ଜିଣିନେଇଥିଲେ | - ୨୦୧୪ ମସିହାରୁ କେନ୍ଦ୍ରରେ ଶାସନରେ ଥିବା ବିଜେପି ସରକାରର ୩ଜଣ ମନ୍ତ୍ରୀଙ୍କ ଦେହାନ୍ତ ହୋଇସାରିଲାଣି | ୨୦୧୪ ମାସିଜ ଜୁନ ୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା | ୨୦୧୭ ମସିହାରେ ଅନିଲ ମାଧବଙ୍କ ଅସାମୟିକ ମୃତ୍ୟୁ ହୋଇଥିଲା | ଏହା ପରେ ଅନନ୍ତ କୁମାରଙ୍କ ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.