ଆନନ୍ଦପୁର ଉପଖଣ୍ଡକୁ ଅବହେଳା ପ୍ରତିବାଦ, ବିଭିନ୍ନ ଦାବି ଉପସ୍ଥାପନ ନେଇ ଗଠନ ହେଲା କମିଟି

Published By : Prameya-News7 Bureau | March 11, 2021 IST

କେନ୍ଦୁଝର ୧୧।୩: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଅନେକ କ୍ଷେତ୍ରରେ ଅବହେଳା କରାଯାଉଥିବା ପ୍ରତିବାଦରେ  ତାତିଲେ ବୁଦ୍ଧିଜୀବୀ । ଆନନ୍ଦପୁର ଗାୟତ୍ରୀ ମନ୍ଦିର ପରିସରରେ ବରିଷ୍ଠ ନାଗରିକ, ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆନନ୍ଦପୁରକୁ ରେଳପଥ ସଂଯୋଗ, ଆନନ୍ଦପୁରଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ଖଣି ଖାଦନଭରା କେନ୍ଦୁଝର ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପାଇଁ ଉପଯୁକ୍ତ ଭିତ୍ତିଭୂମି ଥାଇ ମଧ୍ୟ କାରଖାନା ପ୍ରତିଷ୍ଠା ଦିଗରେ ସରକାରଙ୍କ ବୈମାତୃକ ମନୋଭାବକୁ ସମାଲୋଚନା କରିଛନ୍ତି ।

୩ଟି ପ୍ରକଳ୍ପ ପାଇଁ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳର କୋଣ ଅନୁକୋଣରୁ ଲୋକଙ୍କୁ ଏକଜୁଟ୍ କରାଯାଇ ଆଗାମୀ ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଆନନ୍ଦପୁର ବିକାଶ ପରିଷଦ ନାଁରେ କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ଏହି କମିଟି ଉପଖଣ୍ଡ ଅଞ୍ଚଳର ସାଧାରଣ ଲୋକଙ୍କୁ ଏଦିଗରେ ସଚେତନ କରିବା ସହ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.