Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଆନନ୍ଦପୁର ବାଙ୍ଖିଡ଼ି ଛକରେ ଗଛକୁ ପିଟିଲା କାର ୪ ମୃତ,୨ ଗୁରୁତର

30/06/2018 at 5:22 AM

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନନ୍ଦପୁର ବାଙ୍ଖିଡ଼ି ଛକରେ ଗଛକୁ ପିଟିଲା କାର ୪ ମୃତ,୨ ଗୁରୁତର । ଏକ ବିବାହ ଭୋଜି ଖାଇ ଠାକୁରମୁଣ୍ଡାରୁ ଆନନ୍ଦପୁର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଆନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରାରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶାଳବଣି ଓ ସାଇଁକୁଳର ସମ୍ପର୍କୀୟମାନେ ଠାକୁରମୁଣ୍ଡା ଥାନା ଖୁଣ୍ଟାପଶି ଗ୍ରାମର ଜଣେ ସମ୍ପର୍କୀୟଙ୍କ ଝିଅ ବିଭାଘର ଉତ୍ସବରେ ଯୋଗ ଦେଇ ଆଜି ସକାଳୁ କାରରେ ଆନନ୍ଦପୁର ଫେରୁଥିଲେ। ସକାଳ ପ୍ରାୟ ସାଢ଼େ ୬ଟା ବେଳେ କାରଟି ଭାରସାମ୍ୟ ହରାଇ ବାଙ୍ଖିଡ଼ି ନିକଟରେ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ମନୋରମା ତ୍ରିପାଠୀ, ଚିନ୍ନା ପଣ୍ଡା, ବୈକୁଣ୍ଠ ପଣ୍ଡା ଓ ଲକ୍ଷ୍ମୀପିୟା ପଣ୍ଡାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ରଘୁନାଥ ପଣ୍ଡା, ମାନସ ପଣ୍ଡା ଓ ଗଣେଶ୍ୱର ମିଶ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତଦେହ ଗୁଡ଼ିକ କାର ଭିତରେ ଚାପି ହୋଇ ରହି ଯାଇଥିଲା। କାର ଭାଙ୍ଗି ସେଗୁଡ଼ିକୁ ଉଦ୍ଧାର କରାଯାଇଛି।

   Related Posts