ପ୍ରମୋଦ ଭଗତଙ୍କୁ ଆନନ୍ଦପୁରରେ ବିପୁଳ ସ୍ବାଗତ ସମ୍ୱର୍ଦ୍ଧନା

Published By : Prameya-News7 Bureau | September 12, 2021 IST

ଆନନ୍ଦପୁର, ୧୨/୦୯: ଚଳିତ ଟୋକିଓ ପାରାଅଲିମ୍ପିକ୍‌ରେ ବ୍ଯଡମିଣ୍ଟନ୍ ସିଙ୍ଗିଲ୍ ଖେଳି ସ୍ବର୍ଣ୍ଣ ପଦକ ହାସଲ ସହ ଓଡିଶା ପାଇଁ ଗୈରବ ଆଣିଥିବା ତାରକା ଅଲମ୍ପିଆନ୍ ପ୍ରମୋଦ ଭଗବତଙ୍କୁ ଆନନ୍ଦପୁରଠାରେ ବିପୁଳ ସ୍ବାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ପ୍ରମୋଦ ଆଜି ଘଟଗାଁ ମା ତାରିଣୀ ର୍ଦଶନ ସାରି ଫେରିବା ସମୟରେ ଆନନ୍ଦପୁରର ବିଭିନ୍ନ କ୍ଲବ୍ ସଦସ୍ଯଙ୍କ ସମେତ ସାଧାରଣ ଲୋକେ ଏନ.ଏଚ୍ ୨୦ର ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଅପେକ୍ଷା କରି ରହିଥିଲେ ।  ପ୍ରମୋଦଙ୍କ ଗାଡି ପହଁଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା ।

ବ୍ଯସ୍ତତା ମଧ୍ଯରେ ଥିବା ପ୍ରମୋଦ ଆନନ୍ଦପୁରର ଯୁବବର୍ଗଙ୍କ ଅନୁରୋଧ କ୍ରମେ ଗାଡି ସହର ମଧ୍ୟକୁ ମୋଡିଥିଲେ । ଶୈଲଙ୍ଗ ଛକଠାରୁ ଭିଆପି ରାସ୍ତାଦେଇ ଯୁବକମାନେ ତାଙ୍କୁ ଏକ ଶୋଭାଯାତ୍ରାରେ ଖପରାଖାଇ ବାଇପାସ୍ ଠାରେ ପୁଣି ଥରେ ଏନ୍ଏଚ୍‌ରେ ଛାଡିଥିଲେ । ତେବେ ଅଲମ୍ପିକ୍ ବିଜୟୀ ହୋବାପରେ ବର୍ତ୍ତମାନ ସୁଦ୍ଧା ନିଜ ଗ୍ରାମକୁ ଯାଇପାରି ନଥିବାରୁ ଗଣମାଧ୍ଯମରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ବିନମ୍ରତାର ସହ କହିଥିଲେ । ଏଥିରୁ ତାଙ୍କ ଜନ୍ମ ଭୂମି ଓ ଗାଁ ଲୋକଙ୍କ ପ୍ରତି ଥିବା ଭଲପାଇବା ପ୍ରତିଫଳିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.