ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟତ ଠପ୍

Published By : Prameya-News7 Bureau | September 14, 2021 IST

ଆନନ୍ଦପୁର ୧୪।୦୯: ଲଗାଣ ବର୍ଷାରେ ଭୁଶୁଡିଲା ପୋଲ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାତୀୟ ରାଜପଥ ୨୦ ଶାଳପଡ଼ା ଛକ ଠାରୁ ସରେଇ ରାସ୍ତା ମଧ୍ୟରେ ଥିବା ଫାପୁଡିଆ ନାଳ ପୋଲ ଭୁଶୁଡି ପଡିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି।

{"id":511140,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଲାଗି ରହିଛି ଲଗାଣ ବର୍ଷା । ମଙ୍ଗଳବାର ସକାଳ ସମୟରେ ପୋଲଟି ହଠାତ୍‌ ଭୁଶୁଡି ପଡିଥିଲା । ଯାହାଫଳରେ ଏହି ରାସ୍ତାରେ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୦ ଖଣ୍ଡ ଗାଁ ଲୋକେ ଏବେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବିଗତ କିଛି ବର୍ଷ ହେବ  ବର୍ଷା ସମୟରେ ବାରମ୍ବାର ପୋଲ ଭାଙ୍ଗୁଥିବା ରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

{"id":511139,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.