Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆନନ୍ଦପୁର ପୌରାଞ୍ଚଳରେ ୭ ଦିନ ବଢିଲା କଣ୍ଟେନମେଣ୍ଟ, ୧୫ ଯାଏଁ ରହିବ ବଳବତ୍ତର

8/08/2020 at 3:00 PM

ଆନନ୍ଦପୁର ୮।୮: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ପୁଣି ବଢିଲା କଣ୍ଟେନମେଣ୍ଟ ଅବଧି । ପୌରାଞ୍ଚଳରେ ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ପୌରାଞ୍ଚଳରେ ଲାଗିଥିବା କଣ୍ଟେନମେଣ୍ଟ ଅବଧିକୁ ୭ ଦିନ ପାଇଁ ବୃଦ୍ଧି କରାଯାଇଛି । ପୌରାଞ୍ଚଳକୁ ପ୍ରଥମେ ଗତ ୨ ତାରିଖରୁ ଆଜି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଏବେ ପୁଣିଥରେ ଏହାକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହି ସମୟରେ ପ୍ରଶାସନ ତରଫରୁ ପୂର୍ବ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଡୋର ଟୁ ଡୋର ସର୍ଭେ ବ୍ୟାପକ ଭାବେ କରିବାକୁ କଣ୍ଟେନମେଣ୍ଟ ଅବଧି ବୃଦ୍ଧି ହୋଇଥିବା ଉପଜିଲ୍ଲାପାଳ କହିଛନ୍ତି । ସେପଟେ ଗତ ଜୁଲାଇ ୨୧ ତାରିଖରେ ପୌରାଞ୍ଚଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଞ୍ଚିଲାଣି । ଓ୍ବାର୍ଡ ନଂ ୩, ୫ ଓ ୭ର ସୁପର ସ୍ପ୍ରେଡର ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ।

   Related Posts