ଛୋଟ ଶିଶୁର କାନ୍ଥ ଚଢ଼ା ଭିଡିଓ ସେୟାର କଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ଟ୍ୱିଟରରେ ପୋଷ୍ଟ କରି ଲେଖିଲେ...

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଲୀ, ୦୮/୧୧: ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କର ବ୍ୟବସାୟ ସଫଳତା ପାଇଁ ଦେଶରେ ଯେତିକି ଚର୍ଚ୍ଚିତ ସେହିଭଳି ଟ୍ୱିଟରରେ ସେ ସେୟାର କରୁଥିବା ବିଭିନ୍ନ ଭିଡିଓକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୋଇଥାଏ । କିଛି ନା କିଛି ଭିଡିଓ ସେ ପୋଷ୍ଟ କରି ପ୍ରେରଣାଦାୟୀ ବାର୍ତ୍ତା ସେୟାର କରିଥାନ୍ତି । ସେହିଭଳି ଏକ ଭିଡିଓ ସେ ପୋଷ୍ଟ କରିଛନ୍ତି । ଯାହାକୁ ଆପଣ ମଧ୍ୟ ଦେଖିବାକୁ ନିଶ୍ଟୟ ମନ କରିବେ ।

ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଏକ ଛୋଟ ଶିଶୁର ଭିଡିଓ ସେୟାର କରିଛନ୍ତି । ଭିଡିଓଟିରେ ଶିଶୁଟି ଏକ କାନ୍ଥରେ ଚଢ଼ୁଥିବା ଦେଖା ଯାଉଛି । କାନ୍ଥରେ ଚଢ଼ିବାକୁ ସେ କରୁଥିବା ପ୍ରୟାସ ଏକ ଭଲ ବାର୍ତ୍ତା ପ୍ରଦାନ କରୁଛି । ବାରମ୍ୱାର କଠିନ ଚେଷ୍ଟା ପରେ ସେ କାନ୍ଥ ଉପରକୁ ଚଢ଼ିବାରେ ସଫଳ ହେଉଛି । ସମ୍ପୂର୍ଣ୍ଣ ଭିଡିଓଟିକୁ ଦେଖିଲେ ଏହା ବୁଝାଉଛି ଯେ, କଠିନ ପରିଶ୍ରମ ହିଁ ସଫଳତାର ଚାବି କାଠି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖନ୍ତୁ ।

wp:html /wp:html

ଏହି ଭିଡିଓଟି କିଛି ବର୍ଷ ପୂର୍ବର ହୋଇଥିବା ଅନୁମାନ କରାଯାଉଛି । ଏଥିରେ କୌଣସି ତାରିଖ ଉଲ୍ଲେଖ କରାଯାଇନାହିଁ । ତେବେ ଏହାକୁ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ, “ ମୁଁ ପ୍ରତ୍ୟେକ ସମୟରେ ଏହି ରୁଲ୍‌କୁ ଅନୁସରଣ କରୁଛି ଏବଂ ଆଗକୁ କରୁଥିବି । ଯେତେବେଳେ ବି ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଲକ୍ଷ୍ୟ ଅସମ୍ଭବ ଲାଗେ ସେତେବେଳେ ଏହି ଭିଡିଓର ତାତ୍ପର୍ଯ୍ୟ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସଙ୍ଗେସଙ୍ଗେ ମୋ ଭୟ ଦୂର ହୋଇଯାଏ ।“

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.