ହର୍ଷବର୍ଦ୍ଧନଙ୍କୁ ଆନନ୍ଦ ଶର୍ମାଙ୍କ ପ୍ରଶ୍ନ- 'ଲକଡାଉନ୍ ହ୍ରାସ କରିଛି ସଂକ୍ରମଣ'ର ବୈଜ୍ଞାନିକ ଆଧାର କ’ଣ?

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬।୯: ଦେଶବ୍ୟାପୀ ତାଲାବନ୍ଦୀ ଆଜି (ବୁଧବାର) ପର୍ଯ୍ୟନ୍ତ  ସାରା ଦେଶରେ ୨୯ ଲକ୍ଷ ସଂକ୍ରମଣ ଓ ସେହି ଅନୁସାରେ ମୃତ୍ୟୁକୁ ରୋକି ପାରିଥିବା ନେଇ ମୋଦି ସରକାରଙ୍କ ଦାବିକୁ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା। ସରକାରଙ୍କ ଦାବି  ଲକଡାଉନ୍‌ ସଂକ୍ରମଣ ନିୟନ୍ତ୍ରଣ କରିଥିଲା ଏହାର ବୈଜ୍ଞାନିକ ଆଧାର କଣ ବୋଲି ଶର୍ମା ପଚାରିଛନ୍ତି । ଓଲଟା ସରକାର ଚାହିଁଥିଲେ ଦେଶର ଗ୍ରାମାଞ୍ଚଳ ସଂକ୍ରମଣରୁ ମୁକ୍ତ ରହିପାରିଥାନ୍ତା ବୋଲି କହିଛନ୍ତି ଶର୍ମା।

{"id":330447,"sizeSlug":"large"}

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୋମବାର କୋଭିଡ-୧୯ ନେଇ ସଂସଦକୁ ସୂଚିତ କରିଥିଲେ।  ଏଥିରେ କରୋନା ଭାଇରସ ମହାମାରୀକୁ ଦେଶରେ ଆୟତ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କ ରାଷ୍ଟ୍ରବ୍ୟାପୀ ଲକଡାଉନ୍‌କୁ ଦୁଃସାହାସିକ ପଦକ୍ଷେପ ବୋଲି କହିଥିଲେ। କେବଳ ସରକାରଙ୍କ ଏହି ପଦକ୍ଷେପ ଲାଗି ଆଜି ପର୍ଯ୍ୟନ୍ତ ହୋଇଥିବା ସଂକ୍ରମଣରୁ ୨୯ଲକ୍ଷ ଓ ସେହି ଅନୁସାରେ ମୃତ୍ୟୁକୁ  ହ୍ରାସ କରାଯାଇପାରିଛି ବୋଲି ସେ ଗୃହକୁ ସୂଚିତ କରିଥିଲେ। ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କେଉଁ ବୈଜ୍ଞାନିକ ଆଧାରରେ ଏହି ଦାବି କରୁଛନ୍ତି ଯାହାକୁ ନେଇ ଆମେ ନିଷ୍କର୍ଷରେ ପହଞ୍ଚିପାରିବା ବୋଲି ଶର୍ମା ପ୍ରଶ୍ନ କରିଛନ୍ତି ।

{"id":330448,"sizeSlug":"large"}

ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର ଗୃହକୁ ଦେଇଥିବା ତଥ୍ୟରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁ ୧୪ରୁ ୨୯ ଲକ୍ଷ ସଂକ୍ରମଣ ଓ ୩୭ରୁ ୭୮ହଜାର ମୃତ୍ୟୁ ରୋକା ଯାଇଥାଇପାରେ ବୋଲି ଏକ ଅନୁମାନ କରାଯାଉଥିବା କହିଥିଲେ। ତେବେ ଏଥିଯୋଗୁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁର ତଥ୍ୟ ଏଥିରେ କାହିଁକି ନାହିଁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିରୋଧୀ ଦଳ ସାଂସଦ ଆନନ୍ଦ ଶର୍ମା ପ୍ରଶ୍ନ କରିଛନ୍ତି। ଶର୍ମା କହିଛନ୍ତି ଯେ ଦେଶର ସହରାଞ୍ଚଳମାନଙ୍କରେ ସଙ୍ଗରୋଧ କେନ୍ଦ୍ରମାନ ସ୍ଥାପନା କରାଯାଇଥିଲେ ରିଭର୍ସ ପ୍ରବାସ ରୋକାଯାଇ ପାରିଥାନ୍ତା। ଯାହା ଦ୍ୱାରା ଦେଶର ଗ୍ରାମାଞ୍ଚଳକୁ ମହାମାରୀରୁ ମୁକ୍ତ ରଖାଯାଇପାରିଥାନ୍ତା ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.