ନୃଶଂସତାର ନାଁ ‘କରୋନା’, ଏମିତି କାହିଁକି ଟ୍ବିଟ୍‌ କଲେ ଆନନ୍ଦ ମହିନ୍ଦ୍ରା

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ ୧୪/୫:  ଲଭ୍‌ ୟୁ ଜିନ୍ଦେଗୀ ଗୀତ ଶୁଣି ଶୁଣି କରୋନା ସହ ଲଢ଼େଇ କରୁଥିବା ୩୦ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କର ଡାକ୍ତର ସୂଚନା ଦେଇଥିଲେ। ଆଇସିୟୁ ବେଡ୍‌ ନମିଳିବା ପରେ ତାଙ୍କୁ ଏନଆଇଭି(ନନ୍‌ ଇନଭାସିଭ୍‌ ଭେଣ୍ଟିଲେସନ୍‌)ରେ ରଖାଯାଇଥିଲା। ଯଦିଓ ପରେ ଆଇସିୟୁକୁ ନିଆଯାଇଥିଲା କିନ୍ତୁ ଯୁବତୀଙ୍କ ସ୍ବାସ୍ଥ୍ୟ ଖରାପ ଥିଲା ବୋଲି ତାଙ୍କ ଡାକ୍ତର କହିଥିଲେ। ନିଜର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ଜାଣିବା ପରେ ମଧ୍ୟ ସେ ଗୀତ ଶୁଣିବାକୁ ଡାକ୍ତରଙ୍କୁ କହିଥିଲେ।

wp:embed {"url":"https://twitter.com/drmonika_langeh/status/1391062602860482562","type":"rich","providerNameSlug":"twitter","responsive":true,"className":""}
https://twitter.com/drmonika_langeh/status/1391062602860482562
/wp:embed

ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ମୋନିକା ଗୀତ ଶୁଣିବାକୁ ଅନୁମତି ଦେଇଥିଲେ। କରୋନା ଆକ୍ରାନ୍ତ ଯୁବତୀ ଶୁଣିଥିଲେ ‘ଲଭ୍‌ ୟୁ ଜିନ୍ଦେଗୀ’ ଗୀତ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଶେଷରେ କରୋନା ଯୁବତୀଙ୍କ ଜୀବନ ନେଇଛି। ଏନେଇ ଡାକ୍ତର ମୋନିକା ଲାଙ୍ଘେ ଟ୍ବିଟ୍‌ କରି ସୂଚନା ଦେଇଥିଲେ। ଏନେଇ ଖବର ପ୍ରସାରିତ ହେବା ପରେ ଆନନ୍ଦ ମହିନ୍ଦ୍ରା ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିବ ସହ କରୋନାକୁ ଦାୟୀ କରିଛନ୍ତି।

wp:embed {"url":"https://twitter.com/anandmahindra/status/1393203238086737927","type":"rich","providerNameSlug":"twitter","responsive":true,"className":""}
https://twitter.com/anandmahindra/status/1393203238086737927
/wp:embed

ସେ ଲେଖିଛନ୍ତି, ‘ନୃଶଂସତାର ନାଁ କରୋନା। କିନ୍ତୁ ତାଙ୍କର ମୃତ୍ୟୁ ବ୍ୟର୍ଥ ଯିବନି। ଜୀବନକୁ ଭଲ ପାଇବାକୁ ଆମେ ମନେରଖିବା।’ ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟ୍‌ ପରେ ଅନେକ ୟୁଜର ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। କେହି କେହି ଲେଖିଛନ୍ତି ଏ କରୋନା ଛୋଟ ବଡ଼, ଧନୀ ଗରିବ କିଛି ଭେଦଭାବ କରୁନାହିଁ। ଅନ୍ୟ ଜଣେ ଲେଖିଛନ୍ତି, ‘ଜୀବନ କଣ, କେତବେଳେ ହସାଏ ଆଉ କେତେବେଳେ କନ୍ଦାଏ। ଆରଆଇପି ସାହାସୀ ଆତ୍ମା।’ ସେହିଭଳି ବୀଣା ପ୍ରସାନ୍ତ ନାମକ ଜଣେ ୟୁଜର ଲେଖିଛନ୍ତି, ‘ ଜୀବନକୁ ଭଲ ପାଇବାର କଣ ବିନ୍ଦୁ ରହିଛି, ଯେତେବେଳେ ନିଜର ପ୍ରିୟ ଲୋକ ତୁମ ପାଖରେ ନଥିବେ।’

wp:embed {"url":"https://twitter.com/veena912/status/1393205698742296581","type":"rich","providerNameSlug":"twitter","responsive":true,"className":""}
https://twitter.com/veena912/status/1393205698742296581
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.