Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମାଙ୍କଡ଼ ଫଟୋର କ୍ୟାପସନ ଦେଇ ଜିତନ୍ତୁ ‘ମହିନ୍ଦ୍ରା କାର’, ଆନନ୍ଦ ମହିନ୍ଦ୍ରା କଲେ ଘୋଷଣା

11/10/2020 at 12:48 PM

ନୂଆଦିଲ୍ଲୀ ୧୧/୧୦: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସାମାଜିକ ଗଣମାଧ୍ୟମରେ ୟୁଜରଙ୍କୁ ବ୍ରାଣ୍ଡ ନ୍ୟୁ ମହିନ୍ଦ୍ରାର ସ୍କେଲ ମଡେଲ ଗାଡ଼ି ଜିତିବା ସୁଯୋଗ ଦେଇଛନ୍ତି। ତେବେ ଏ ନେଇ ଆପଣଙ୍କୁ କିଛି କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କେବଳ ଗୋଟିଏ ଫଟୋର ଏକ କ୍ୟାପସନ ଦେବାକୁ ହେବ। ସେ ଟ୍ବିଟରରେ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି ଯାହାର ଏକ ମଜାଦାର କ୍ୟାସନ ଦେବା ପାଇଁ କହିଛନ୍ତି। ସେ ଘୋଷଣା କରିଛନ୍ତି ହିନ୍ଦୀ ଓ ଇଂରାଜିରରେ ଗୋଟିଏ ଗୋଟିଏ କ୍ୟାପସନ ମନୋନୀତ କରିବେ ଓ ବିଜେତାଙ୍କୁ ସ୍କେଲ ମଡେଲ ଗାଡ଼ି ଉପହାର ଦେବେ।

ସୋସାଲ ମିଡ଼ିଆରେ ସକ୍ରିୟ ରହୁଥିବା ଆନନ୍ଦ ମହିନ୍ଦ୍ରା ଟ୍ବିଟକୁ ନେଇ ଚର୍ଚାରେ ରହିଥାନ୍ତି। ତେବେ ସେ ପୋଷ୍ଟ କରିଥିବା ଫଟୋରେ ଦେଖିବାକୁ ମିଳିଛି ଗୋଟିଏ ମାଙ୍କଡ଼ ଡିଟିଏଚ ଛତା ଉପରେ ବସିଛି। ଅବଶ୍ୟ ଫଟୋକୁ ଦେଖି କେହି ବି ନିଜ ହସ ରୋକିପାରିବେ ନାହିଁ। ସେ ଏ ଫଟୋ ପାଇଁ କ୍ୟାପସନ ପ୍ରତିଯୋଗିତା ରଖିଛନ୍ତି। ଯାହା ପାଇଁ ରହିଛି କିଛି ସର୍ତ। ଅକ୍ଟୋବର ୧୧ ଅର୍ଥାତ ଆଜି ଦିନ ୨ଟା ସୁଦ୍ଧା ଏହି ଫଟୋର କ୍ୟାପସନ ଦେବାକୁ ହେବ। ଏନେଇ ସେ ଦୁଇ ବିଜେତାଙ୍କୁ ମହିନ୍ଦ୍ରା କାର ଉପହାର ଦେବେ। ତେବେ ଅସଲି ଗାଡ଼ି ନୁହେଁ ମହିନ୍ଦ୍ରାର ସ୍କେଲ ମଡେଲ ଗାଡ଼ି ଦେ​‌ବେ। ଏହାକୁ ଛୋଟ ଖେଳଣା ଗାଡ଼ି ବୋଲି ଭାବିପାରିବେ। ଏହାକୁ ନ ଚଳାଇପାରିଲେ ମଧ୍ୟ ଘରେ ସଜାଇ ରଖିପାରିବେ।

ଏ​ ସ୍କେଲ ମଡେଲ ଗାଡ଼ି ଲକ୍ଷେ ଟଙ୍କା ନ ହେଲେ ମଧ୍ୟ କିଛି ହଜାର ଟଙ୍କା ରହିଛି। କୌଣସି ପ୍ରାଜେକ୍ଟକୁ ପୂରା କରିବା ପାଇଁ ତାହାର ଏକ ନକଲ ଭାବେ ଯାହା ତିଆରି କରାଯାଏ ତାକୁ ସ୍କେଲ ମଡେଲ କୁହାଯାଏ। କାର ନିର୍ମାତା କମ୍ପାନି ଏହାକୁ ବେଶ ଭଲ ଭାବେ ନିର୍ମାଣ କରନ୍ତି। ଏବେ ଏ ପୋଷ୍ଟ ଆନନ୍ଦଙ୍କର ଭାଇରାଲ ହେବାରେ ଲାଗିଛି।

   Related Posts