ଅମିତାଭ୍ କରୋନା ସଂକ୍ରମିତ ହେବାପରେ ଆନନ୍ଦ ମହିନ୍ଦ୍ରା କହିଲେ, ‘ଆପଣଙ୍କ ଭିତରେ ପୂର୍ବରୁ ହିଁ ଭ୍ୟାକ୍ସିନ୍ ଅଛି, ଯାହାର କୋଡ୍ ନେମ୍…’
12/07/2020 at 6:18 PM

ମୁମ୍ବାଇ ୧୨/୦୭ : ଅମିତାଭ ବଚ୍ଚନଙ୍କ ସମେତ ପରିବାରର ୪ଜଣ କରୋନା ଚିହ୍ନଟ ହେବାପରେ ସାରା ଦେଶରୁ ଏବଂ ଦେଶ ବାହାରୁ ଲୋକେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି | ଅମିତାଭ ଓ ଅଭିଷେକଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ଚିକିତ୍ସା ଅଛନ୍ତି | ଡାକ୍ତର କହିଛନ୍ତି ଉଭୟଙ୍କ ଅବସ୍ଥା ସ୍ଥିର ରହିଛି | ଅମିତାଭ ବଚ୍ଚନ ନିଜେ ଟ୍ୱିଟ କରି କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ | ଏହାସହ ଗତ ୧୦ ଦିନ ଭିତରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଯାଞ୍ଚ କରିବାକୁ ସେ ଅପିଲ କରିଛନ୍ତି | ସାରା ଦେଶ ବର୍ତ୍ତମାନ ତାଙ୍କ ଆରୋଗ୍ୟ କାମନା କରୁଛି | ଆନନ୍ଦ ମହିନ୍ଦ୍ରା ମଧ୍ୟ ଅମିତାଭଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି |

ଆନନ୍ଦ ମହିନ୍ଦ୍ରା ଅମିତାଭଙ୍କ ପାଇଁ ଟ୍ୱିଟ କରି କହିଛନ୍ତି ଯେ, ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ | ଆପଣ ବିଲକୁଲ ଚିନ୍ତା କରନ୍ତୁନି | ଆପଣଙ୍କ ପାଖରେ ଗୋଟିଏ ଭ୍ୟାକସିନ ଅଛି ଏବଂ ଏହାର କୋଡ୍ ନେମ୍ ହେଲା Big V | ଏହି ଭ୍ୟାକସିନ ଆଗରୁ ହିଁ ଆପଣଙ୍କ ଭିତରେ ରହିଛି | ଆପଣଙ୍କ ଭଳି ସେ ସମସ୍ତ ଲୋକଙ୍କ ମଧ୍ୟରେ ଏହି ଭ୍ୟାକସିନ ରହିଛି ଯେଉଁମାନେ ପ୍ରାକୃତିକ ଯୋଦ୍ଧା |’ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ ଖୁବ ଭାଇରାଲ୍ ହେଉଛି ଏବଂ ଲୋକ ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି | ଟ୍ୱିଟ କରି ସେ ଅଭିଷେକଙ୍କ ପାଇଁ ମଧ୍ୟ ଆରୋଗ୍ୟ କାମନା କରିଛନ୍ତି |
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ଏସିମ୍ପଟୋମେଟିକ ଅଛନ୍ତି | ଏସିମ୍ପଟୋମେଟିକ ରୋଗୀଙ୍କ ମଧ୍ୟରେ ପୂର୍ବରୁ ରୋଗର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥାଏ ଅଥବା ହାଲୁକା ଲକ୍ଷଣ ଦେଖା ଦେଇଥାଏ | ବଚ୍ଚନ ପରିବାର ମୁମ୍ବାଇରେ ରହୁଛନ୍ତି | ବର୍ତ୍ତମାନ ସାରା ଦେଶରେ କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର | ରାଜ୍ୟର ମୁମ୍ବାଇ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | କେବଳ ମୁମ୍ବାଇରୁ ୯୧ ହଜାର ୭୪୫ ମାମଲା ସାମ୍ନାକୁ ଆସିଛି | ମୁମ୍ବାଇରେ ଏବେ ସୁଦ୍ଧା ୫ ହଜାର ୨୪୪ ଜଣ ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି |