ଅଲିମ୍ପିକ୍‌ର ଗୋଲ୍ଡେନ୍‌ ଆଥଲେଟ୍‌ ନୀରଜ ଚୋପ୍ରାଙ୍କୁ ଏହି ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

Published By : Prameya-News7 Bureau | August 07, 2021 IST

ନୂଆଦିଲ୍ଲୀ ୭/୦୮: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ  ଆନନ୍ଦ ମହିନ୍ଦ୍ରା ଟୋକିଓ ଅଲିମ୍ପିକ୍‌ରେ ଜାଭେଲିନ୍‌ରେ ସ୍ବର୍ଣ୍ଣ ପଦକ ଜିଣିଥିବା ନୀରଜ ଚୋପ୍ରାଙ୍କୁ ଉପହାର ଦେବାକୁ ଯାଉଛନ୍ତି । ଏଥିପାଇ ସେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କମ୍ପାନୀର ଅଧିକାରୀଙ୍କୁ ମଧ୍ୟ କହିଛନ୍ତି । ପ୍ରଥମେ ନୀରଜଙ୍କୁ ବାହୁବଳୀ ବୋଲି ସମ୍ବୋଧନ କରି ଏକ ଟ୍ବିଟ୍‌ କରିଥିବା ମହିନ୍ଦ୍ରା ଏବେ ସ୍ବର୍ଣ୍ଣ ଜିତିବା ପରେ ତାଙ୍କୁ ନିଜ କମ୍ପାନୀର ଅପକମିଂ କାର୍‌ XUV700 ଉପହାର ଦେବାକୁ ଘୋଷଣା କରିଛନ୍ତି।

{"id":492423,"width":683,"height":410,"sizeSlug":"full","linkDestination":"none"}

ଚୋପ୍ରା ପଦକ ଜିତିବାର କିଛି ସମୟ ପରେ ଏହି ଘୋଷଣା କରିଛନ୍ତି ଆନନ୍ଦ ମିହିନ୍ଦ୍ରା। ଟ୍ବିଟରରେ ଜଣେ ୟୁଜର ନୀରଜଙ୍କୁ ଏକ୍ସୟୁଭି ୭୦୦ ଦେବାକୁ କହିଥିଲେ। ଏହା ପରେ ମହିନ୍ଦ୍ରା ଲେଖିଛନ୍ତି, ‘ହଁ ନିଶ୍ଚିତ । ଆମର ଗୋଲ୍ଡେନ୍‌ ଆଥଲେଟ୍‌ଙ୍କୁ ଏକ୍ସୟୁଭି ୭୦୦ ଉପହାର ଦେବା ମୋ ପାଇଁ ସୌଭାଗ୍ୟ ଏବଂ ସମ୍ମାନ କଥା ହେବ।’ ସେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର କାର୍ଯ୍ୟକାରୀ ନିର୍ଦେଶକ ରାଜେଶ ଜୋଜୁରିକର ଏବଂ ସିଇଓ ବିଜୟ ନାକରାଙ୍କୁ ଟ୍ୟାଗ୍‌ କରି  ନୀରଜଙ୍କ ପାଇଁ ଏକ ଏସୟୁଭି ପ୍ରସ୍ତୁତ ରଖିବାକୁ କହିଛନ୍ତି।

wp:embed {"url":"https://twitter.com/anandmahindra/status/1423983380253790208","type":"rich","providerNameSlug":"twitter","responsive":true}
https://twitter.com/anandmahindra/status/1423983380253790208
/wp:embed

ଏହା ପ୍ରଥମ ଥର ନୁହେଁ ଯେବେ ଆନନ୍ଦ ମହିନ୍ଦ୍ରା କୌଣସି ଖେଳାଳିଙ୍କୁ କାର ଗିଫ୍ଟ କରିଛନ୍ତି। ଏହା ପୂର୍ବରୁ ରିଓ ଅଲିମ୍ପିକ୍‌ରେ ପଦକ ବିଜେତା ସାକ୍ଷୀ ମଲିକ ଏବଂ ପିଭି ସିନ୍ଧୁଙ୍କୁ ମହିନ୍ଦ୍ରା ଥର ଗିଫ୍ଟ କରିଥିଲେ । ଏହା ବ୍ୟତୀତ ଗାବାରେ ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ ପରେ ମହମ୍ମଦ ସିରାଜ୍‌, ଟି ନଟରାଜନ୍‌, ଶୁଭମନ ଗିଲ୍‌, ଶର୍ଦ୍ଦୁଳ ଠାକୁର, ଓ୍ବାଶିଂଟନ୍‌ ସୁନ୍ଦର ଏବଂ ନବଦୀପ ସାଇନିକୁ ମଧ୍ୟ ସେ ‘ଥର’ ଦେବାକୁ ଘୋଷଣା କରିଥିଲେ ଏବଂ ନଟରାଜନଙ୍କୁ ଆଜି ‘ଥର’ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.