ଭାରତର ଐତିହାସିକ ବିଜୟରେ ୬ ହିରୋଙ୍କୁ SUV କାର୍ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ ୨୩/୦୧ : ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଖେଳାଳି ଐତିହାସିକ ବିଜୟ ହାସଲ ପରେ ସାରା ବିଶ୍ୱରେ ଭାରତୀୟ ଖେଳାଳିଙ୍କ ପ୍ରଶଂସା ହେଉଛି। ଭାରତର ଯୁବ ଖେଳାଳି ଆକର୍ଷଣୀୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କ୍ରିକେଟ ବିଶେଷଜ୍ଞ ମଧ୍ୟ ଭୁରି ଭୁରି ଏହି ଖେଳାଳିଙ୍କର ପ୍ରଶଂସା କରୁଛନ୍ତି। ଭାରତର ଐତିହାସିକ ବିଜୟ ପରେ ବିସିସିଆଇ ଖେଳାଳିଙ୍କୁ ୫ କୋଟି ଟଙ୍କା ବୋନସ ପୁରସ୍କାର ଭାବେ ଦେବାକୁ ଘୋଷଣା କରିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ୟ ଭାରତୀୟ ଖେଳାଳିଙ୍କୁ ଏକ ବଡ ଉପହାର ଦେବାକୁ ଘୋଷଣା କରିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଘୋଷଣା କରିଛନ୍ତି।

wp:embed {"url":"https://twitter.com/anandmahindra/status/1352874112440365056","type":"rich","providerNameSlug":"twitter","responsive":true,"className":""}
https://twitter.com/anandmahindra/status/1352874112440365056
/wp:embed

ଆନନ୍ଦ ମହିନ୍ଦ୍ରା ୬ ଯୁବ ଖେଳାଳିଙ୍କୁ SUV କାର ଉପହାର ଦେବାକୁ ଘୋଷଣା କରିଛନ୍ତି। ଯେଉଁ ଯୁବ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେହି ୬ଜଣ ଯୁବ ଖେଳାଳିଙ୍କୁ (Mahindra Thar SUV) କାର ଦେବାକୁ ଘୋଷଣା କରିଛନ୍ତି। ମହମ୍ମଦ ସିରାଜ, ଟି ନଟରାଜନ, ଶାର୍ଦୁଲ ଠାକୁର, ୱାସିଂଟନ ସୁନ୍ଦର, ଶୁଭମନ ଗିଲ ଓ ନବଦ୍ୱୀପ ସାଇନିଙ୍କୁ ଉପହାର ଦେବାକୁ ଘୋଷଣା କରିଛନ୍ତି।

{"id":397105,"sizeSlug":"large","linkDestination":"none"}

ଆନନ୍ଦ ମହିନ୍ଦ୍ରା କେଉଁ ଖେଳାଳିଙ୍କୁ ଉପହାର ଦେଇଥିବା ଏହା ପ୍ରଥମ ମାମଲା ନୁହେଁ। ସେ ପୂର୍ବରୁ ମଧ୍ୟ ଅନେକଥର ଖେଳାଳିଙ୍କୁ ଉପହାର ଦେଇ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି। ଆନନ୍ଦ ମହିନ୍ଦ୍ରା ଏହାପୂର୍ବରୁ ୨୦୧୭ ରେ କିଦାମ୍ବି ଶ୍ରୀକାନ୍ତଙ୍କୁ TUV 300 ଉପହାର ଦେଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟରେ ମହମ୍ମଦ ସିରାଜ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସିରାଜ ଆକର୍ଷଣୀୟ ପ୍ରଦର୍ଶନ କରି ୧୩ଟି ୱିକେଟ ନେବାରେ ସଫଳ ହୋଇଥିଲେ। ସେ ଶେଷ ଟେଷ୍ଟ ମ୍ୟାଚରେ ୫ଟି ୱିକେଟ ନେଇ ଅଷ୍ଟ୍ରେଲିଆକୁ ବଡ ସ୍କୋର କରିବାରେ ରୋକିଥିଲେ।

{"id":397106,"sizeSlug":"large","linkDestination":"none"}

ପ୍ରଥମଥର ପାଇଁ ଭାରତ ବ୍ରିସବେନରେ ବିଜୟ ଲାଭ କରିଛି ଓ ଅଷ୍ଟ୍ରେଲିଆ ଟିମ ଗତ ୩୨ ବର୍ଷର ଇତିହାସରେ ପ୍ରଥମଥର ବ୍ରିସବେନରେ ଟେଷ୍ଟ ମ୍ୟାଚ ହାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.