Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଅର ପରୀକ୍ଷା ପାଇଁ ଚଲାଇଲେ ୧୦୫ କିମି ସାଇକେଲ୍, ଏବେ ଏହି ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

22/08/2020 at 8:18 PM

ନୂଆଦିଲ୍ଲୀ ୨୨।୦୮: ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ଵିଟ୍ ସେହି ଦିନ ମଜୁରିଆ ବାପାର ସାହାସର ଫଳ, ଯିଏ ପୁଅର ପରୀକ୍ଷା ପାଇଁ ୧୦୫ କିଲୋମିଟର ସାଇକେଲ୍ ଚଳାଇଥିଲେ। କିଛି ଦିନ ତଳେ ମଧ୍ୟ ପ୍ରଦେଶର ଧାର  ଜିଲ୍ଲାରେ ଦିନ ମଜୁରି କାମ କରି ପରିବାର ଚଳାଉଥିବା ଶୋଭାରାମ ନିଜର ପୁଅ ଆଶିଷର ଦଶମ ଶ୍ରେଣୀ ପରୀକ୍ଷା ପାଇଁ ୧୦୫ କିମି ସାଇକେଲ୍ ଚଳାଇ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଥିଲେ। ଯେବେ ତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା, ତାଙ୍କର ଏହି କାମକୁ ସମସ୍ତେ ସଲାମ କରିଛନ୍ତି। ଏବେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ନିଷ୍ପତ୍ତି ନେଇଛନ୍ତି ସେ ତାଙ୍କ ପୁଅଙ୍କ ପଢା ଖର୍ଚ୍ଚ ଉଠାଇବେ। ସାମାଜିକ ଗଣମାଧ୍ୟମରେ ଲୋକେ ମହିନ୍ଦ୍ରାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି, ଅନ୍ୟପଟେ ଆଶିଷଙ୍କ ପିତା ମଧ୍ୟ ମହିନ୍ଦାଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ଗୁରୁବାର ଆନନ୍ଦ ମହିନ୍ଦ୍ରା ଟ୍ଵିଟ୍‌ରରେ ଏକ ଷ୍ଟୋରୀ ସେୟାର କରି ଲେଖିଛନ୍ତି, ଏହି ବାପାଙ୍କୁ ସଲାମ ! ଯିଏ ନିଜ ପୁଅଙ୍କ ପାଇଁ ସୁନାର ଭବିଷ୍ୟତର ସ୍ଵପ୍ନ ଦେଖୁଛନ୍ତି। ଏହି ଚିନ୍ତାଧାରା ଗୋଟିଏ ଦେଶକୁ ଆଗକୁ ବଢାଇବ। ଆମର ସଂସ୍ଥା ଆଶିଷର ଆଗାମୀ ପାଠପଢାର ଖର୍ଚ୍ଚ ବହନ କରିବ। ଏଥିପାଇଁ ସେ ସାମ୍ବାଦିକଙ୍କୁ ଏହି ପରିବାର ସହ ଯୋଗାଯୋଗ କରାଇବାକୁ ଅନୁରୋଧ କରିଛନ୍ତି। ମହିନ୍ଦ୍ରାଙ୍କ ଟ୍ଵିଟ୍‌କୁ ୪୦ ହଜାରରୁ ଅଧିକ ଲାଇକ ଓ ପ୍ରାୟ ୬ ହଜାରରୁ ଅଧିକ ରି ଟ୍ଵିଟ୍ ମିଳି ସାରିଛି।

   Related Posts