Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

‘ମୋ ପୂର୍ବରୁ ଆଉ କେହି ଲେଖିସାରିଛି ସ୍କ୍ରିପ୍ଟ’: ଇଟାଲିଆନ୍‌ ଫିଲ୍ମ ‘ଓମିକ୍ରନ୍‌’ ପୋଷ୍ଟର ସେୟାର କରି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

2/12/2021 at 9:56 PM

ମୁମ୍ବାଇ ୦୨/୧୨: କରୋନାର ନୂଆ ରୂପ ଓମିକ୍ରନ୍‌କୁ ନେଇ ଏବେ ଭୟ ବଢ଼ିଛି। ପାଖାପାଖି ୩୦ ଦେଶରେ ଓମିକ୍ରନ୍‌ ଉପସ୍ଥିତି ଜାହିର କରିଥିବା ବେଳେ ଏହାକୁ ନେଇ ବିଶେଷ ଚିନ୍ତା କରିବାର କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହି ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିଗଲେ ତାଙ୍କର ଜୀବନ ପ୍ରତି କୌଣସି ବପଦ ରହିବ ନାହିଁ ବୋଲି ମଧ୍ୟ କୁହାଯାଉଛି । ଏମିତି ଏକ ରିପୋର୍ଟକୁ ନେଇ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଟ୍ବିଟରରେ ଲେଖିଥିଲେ ​‌ଯେ ଭବିଷ୍ୟତରେ ଏହା ଉପରେ ଏକ ଥ୍ରିଲର ଫିଲ୍ମ ତିଆରି କରିବେ।

କିନ୍ତୁ ତାଙ୍କର ଏହି ଇଚ୍ଛା ପାଣିଚିଆ ହୋଇଯାଇଛି। ତାଙ୍କର ଜଣେ ବନ୍ଧୁ ଇଟାଲିଆନ୍‌ ଫିଲ୍ମର ଏକ ପୋଷ୍ଟର ପଠାଇ ତାଙ୍କୁ କହିଥିଲେ ଯେ ଓମିକ୍ରନ୍‌ ଉପରେ ବହୁ ପୂର୍ବରୁ ଫିଲ୍ମ ତିଆରି ହୋଇସାରିଛି। ଟ୍ବିଟ୍‌ ଅନୁସାରେ ଏହି ଫିଲ୍ମ ୧୯୬୩ ମସିହାରେ ତିଆରି ହୋଇଛି। ଆନନ୍ଦ ମହିନ୍ଦ୍ରା ଟ୍ବିଟରରେ ଓମିକ୍ରନ୍‌ ପୋଷ୍ଟର ସେୟାର କରି କହିଛନ୍ତି, ‘ମୋର ଶେଷ ଟ୍ବିଟ୍‌ ପରେ, ମୋର ଜଣେ ସ୍କୁଲ ସାଙ୍ଗ ମୋତେ ଏହା ପଠାଇଛି। କେହି ଜଣେ ମୋ ପୂର୍ବରୁ ଓମିକ୍ରନ୍‌ ନାମକ ଏକ ସ୍ପ୍ରିପ୍ଟ ଲେଖିସାରିଛନ୍ତି।’

ଏହି ପୋଷ୍ଟର ଅନୁସାରେ, ଓମିକ୍ରନ୍‌ ଶୀର୍ଷକ ଏହି ଫିଲ୍ମ ୧୯୬୩​‌ରେ ତିଆରି ହୋଇଥିଲା। ଫିଲ୍ମର କାହାଣୀ ହେଉଛି, ଏଲିୟନ ଫୃଥିବୀବାସୀଙ୍କ ଶରୀରକୁ କବଜା କରିନେଉଛନ୍ତି। ଏହା ଦ୍ବାରା ସେମାନେ ପୃଥିବୀ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଆନନ୍ଦ ମହିନ୍ଦ୍ରା ନିଜର ପୂର୍ବ ଟ୍ବିଟ୍‌ରେ ଲେଖିଥିଲେ ଯେ ଭବିଷ୍ୟତରେ ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଉପରେ ଫିଲ୍ମ ତିଆରି କରିବେ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ କୋଭିଡ-୧୯ର ନୂଆ ଭାରିଏଣ୍ଟ B.1.1.529 ଚିହ୍ନଟ ହେବା ପରେ ନଭେମ୍ବର ୨୪ ତାରିଖରେ ଏହାକୁ ଚିନ୍ତାର ବିଷୟ ବୋଲି କହିବା ସହ ଏହାକୁ ‘ଓମିକ୍ରନ୍‌’ ବୋଲି ନାମକରଣ କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ।

ଏହା ପରେ ଡିସେମ୍ବର ୨ରେ ସୋସିଆଲ ମିଡିଆ ୟୁଜର ଏକ ଫିଲ୍ମର ପୋଷ୍ଟର ସେୟାର କରିବା ଆରମ୍ଭ କରିଥିଲେ। ଯାହାର ଶୀର୍ଷକ ‘ଦି ଓମିକ୍ରନ୍‌ ଭାରିଏଣ୍ଟ’ ରହିଛି। ଏହାକୁ ବଲିଉଡ୍‌ ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା ମଧ୍ୟ ସେୟାର କରିଥିଲେ। ତେବେ ଅଲ୍ଟ ନ୍ୟୁଜ୍‌ ଅନୁସାରେ, ଏହାକୁ ଏଡିଟ କରାଯାଇଛି। ରାମ ଗୋପାଳ ବର୍ମା ପୋଷ୍ଟ କରିଥିବା ପୋଷ୍ଟରଟି ଆୟରଲାଣ୍ଡର ଜଣେ ସାମ୍ବାଦିକ ବେକି ଚିଟେଲ ଏଡିଟ୍‌ କରିଛନ୍ତି। ସେ ୭୦ ଦଶକର ଏକ ଫିଲ୍ମ ପୋଷ୍ଟରକୁ ନେଇ ଏହାକୁ ତିଆରି କରିଛନ୍ତି। ଚିଟେଲଙ୍କ ଏହି ପୋଷ୍ଟର ୧୯୭୪​ରେ ଆସିଥିବା ଫିଲ୍ମ ‘ଫେଜ୍‌-IV’ର ପୋଷ୍ଟରରୁ ଅନୁପ୍ରାଣିତ। ସମାନ ଶୀର୍ଷକରେ ଏଭଳି ଅନେକ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି ।

   Related Posts