ଆଇସକ୍ରିମ ଷ୍ଟିକରେ ଇଟିଲି: ଫଟୋ ସେୟାର କଲେ ଆନନ୍ଦ ମହିନ୍ଦ୍ରା, ୟୁଜର୍ସ କହିଲେ ଆମେ ତ...

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ ୦୧/୧୦ : ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। ସେ ସବୁବେଳେ ଅଜବ ଅଜବ ଓ ମଜାଦାର ଭିଡିଓ ଓ ପୋଷ୍ଟ ସେୟାର କରନ୍ତି। ନିକଟରେ ସେ ପୁଣି ଏମିତି ଏକ ଟ୍ୱିଟ କରିଛନ୍ତି ଯାହାକୁ ଦେଖି ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। ଏଥର ଆନନ୍ଦ ମହିନ୍ଦ୍ରା ଦକ୍ଷିଣ ଭାରତୀୟ ବ୍ୟଞ୍ଜନର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ସମସ୍ତେ ଫଟୋରେ ପ୍ରୟୋଗ ହୋଇଥିବା ତରିକାକୁ ଅସ୍ବୀକାର କରିଛନ୍ତି ଏବଂ ଲେଖିଛନ୍ତି ଦକ୍ଷିଣ ଭାରତୀୟ ବ୍ୟଞ୍ଜନର ସ୍ୱାଦ ହାତରେ ଖାଇଲେ ହିଁ ବଢେ।

ଆନନ୍ଦ ମହିନ୍ଦ୍ରା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଇଟିଲିର ଫଟୋ ସେୟାର କରିଛନ୍ତି। ଲୋକେ ସାଧାରଣତଃ ଇଟିଲି ସମ୍ବର ଓ ନଡ଼ିଆ ଚଟଣି ସହ ହାତରେ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆନନ୍ଦ ମହିନ୍ଦ୍ରା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଇଟିଲି ଆଇସକ୍ରିମ ଷ୍ଟିକରେ ତିଆରି କରାଯାଇଛି।

ଆଇସକ୍ରିମ ଷ୍ଟିକରେ ତିଆରି ହୋଇଥିବା ଇଟିଲି ଫଟୋ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, 'ବେଙ୍ଗାଲୁରୁକୁ ଭାରତର ଇନୋଭେଟିଭ କ୍ୟାପିଟାଲ କୁହାଯାଏ। ବେଙ୍ଗାଲୁରୁରେ ସବୁଠାରୁ ଅଧିକ ରଚନାତ୍ମକ ଜିନିଷ ଦେଖିବାକୁ ମିଳେ। ଲୋକେ ନିଜ କ୍ରିଏଟିଭିଟି ଦେଖାଇବାକୁ କେବେ ପଛଘୁଞ୍ଚା ଦିଅନ୍ତିନି। ସାମ୍ବର ଓ ଚଟଣି ସହ ବୁଡେଇ ଗୋଟିଏ ଷ୍ଟିକରେ ଇଟିଲି। ଏଥିରେ କିଏ ସହମତ ଓ କିଏ ନୁହେଁ ?'

wp:embed {"url":"https://twitter.com/anandmahindra/status/1443639176583278593?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1443639176583278593%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fhindi.news18.com%2Fnews%2Fnation%2Fanand-mahindra-put-such-a-photo-of-south-indian-dish-on-twitter-that-the-user-said-that-we-will-eat-it-by-hand-3774454.html","type":"rich","providerNameSlug":"twitter","responsive":true}
https://twitter.com/anandmahindra/status/1443639176583278593?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1443639176583278593%7Ctwgr%5E%7Ctwcon%5Es1_&ref_url=https%3A%2F%2Fhindi.news18.com%2Fnews%2Fnation%2Fanand-mahindra-put-such-a-photo-of-south-indian-dish-on-twitter-that-the-user-said-that-we-will-eat-it-by-hand-3774454.html
/wp:embed

ଆନନ୍ଦ ମହିନ୍ଦ୍ରାଙ୍କ ତରଫରୁ ସେୟାର ହୋଇଥିବା ଫଟୋ ଦେଖି ଜଣେ ୟୁଜର ଲେଖିଛନ୍ତି, ମୁଁ ଏହାକୁ ପୁରା ବିରୋଧ କରୁଛି। ହାତରେ ଇଟିଲି ଖାଇବା ଅସଲି ପରମ୍ପରା। ଏଇଟା ବେକାର।

wp:embed {"url":"https://twitter.com/charuhasmujumd1/status/1443642279856533504","type":"rich","providerNameSlug":"twitter","responsive":true}
https://twitter.com/charuhasmujumd1/status/1443642279856533504
/wp:embed

ଆଉ ଜଣେ ୟୁଜର ଏକ ଭିଡିଓ ସେୟାର କରି ଲେଖିଛନ୍ତି, କ୍ଷମା କରିବେ, ତାମିଲନାଡୁ ଲୋକେ ଏମିତି ଇଟିଲି ଖାଇବାକୁ ପସନ୍ଦ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.