Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପାଣିକୁ ଚିରି ପାରି ହେଲା ବୋଲେରୋ: ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ, ମୁଁ ବି ଆଶ୍ଚର୍ଯ୍ୟ…

14/09/2021 at 5:24 PM

ନୂଆଦିଲ୍ଲୀ ୧୪/୦୯ : ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟରେ ବର୍ତ୍ତମାନ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଏମିତି ବର୍ଷା ହେଉଛି ଯେ ରାସ୍ତାଗୁଡିକ ପୋଖରୀ ପାଲଟି ଯାଇଛି। ଲୋକଙ୍କ ଘରେ ଘରେ ପାଣି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ ପାଣି ଜମା ହୋଇଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଇତି ମଧ୍ୟରେ ବର୍ଷା ପାଣି ଭିତରେ ଏକ ମହିନ୍ଦ୍ରା ବୋଲେରୋର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡିଓ ଦେଖି ଆନନ୍ଦ ମହିନ୍ଦ୍ରା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି।

ଟ୍ୱିଟରରେ ଜଣେ ୟୁଜର ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ରାସ୍ତାରେ ଜମା ହୋଇ ରାସ୍ତା ପୋଖରୀ ପାଲଟି ଯାଇଛି। ଏହି ପାଣିରେ ଏକ ମହିନ୍ଦ୍ରା ବୋଲେରୋ ପାଣିକୁ ଚିରି ସହଜରେ ପାରି ହୋଇଯାଇଛି। ୟୁଜର ଭିଡିଓ ସହ ଗୁଜୁରାଟ ପୋଲିସ, ରାଜକୋଟ କଲେକ୍ଟର ଓ ମହିନ୍ଦ୍ରା ମାଲିକ ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ କରି କ୍ୟାପ୍ସନ ଲେଖିଛନ୍ତି, “ମହିନ୍ଦ୍ରା ଅଛି ଯଦି ସମ୍ଭବ”। ଏହାପରେ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏଥିରେ ପ୍ରତିକ୍ରିୟା ରଖିଛନ୍ତି।

ଆନନ୍ଦ ମହିନ୍ଦ୍ରା ଜବାବରେ ଲେଖିଛନ୍ତି, ‘ସତରେ ? ଏତେ ବର୍ଷାରେ ଏହି ଭିଡିଓ ଦେଖି ମୁଁ ବି ଆଶ୍ଚର୍ଯ୍ୟ।’ ଏହି ଟ୍ୱିଟକୁ ଅନେକ ୟୁଜର୍ସ ଲାଇକ କରିଛନ୍ତି ଓ ପ୍ରତିକ୍ରିୟା ରଖିଛନ୍ତି। ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓ ଗୁଜୁରାଟ ରାଜକୋଟର ବୋଲି କୁହାଯାଉଛି। ଗତ କିଛି ଦିନ ହେଲା ରାଜକୋଟ ସମେତ ଅନେକ ସହରରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି। ରାଜକୋଟରେ ଲୋକଙ୍କୁ ଉଦ୍ଧାର କରିବାକୁ ବାୟୁସେନା ହେଲିକପ୍ଟରର ସାହାଯ୍ୟ ନିଆଯାଇଥିଲା। ସୋମବାର ଦିନ ବାୟୁସେନା ଜାମନଗରରୁ ୨୪ ଲୋକନାକୁ ଉଦ୍ଧାର କରିଛି।

   Related Posts