Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଲୋକଙ୍କ ପ୍ରତିଭା ଦୁନିଆ ସାମ୍ନାକୁ ଆଣୁଥିବା ଆନନ୍ଦ ମହିନ୍ଦ୍ରା ଯୁବକଙ୍କୁ ଦେଖି କହିଲେ-‘ଏ ଯୋଗାଡ ପ୍ରଶଂସା ଯୋଗ୍ୟ ନୁହେଁ”

27/02/2021 at 4:35 PM

ମୁମ୍ବାଇ ୨୭/୦୨ : ଦେଶର ଜଣାଶୁଣା ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। ସୋସିଆଲ ମିଡ଼ିଆ ସାହାଯ୍ୟରେ ସେ ସବୁବେଳେ ଦେଶର ସାଧାରଣ ଲୋକଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଦୁନିଆ ସାମ୍ନାକୁ ଆଣିଥାନ୍ତି। ସେ ନିଜ ପୋଷ୍ଟରେ ଏମିତି ପ୍ରତିଭା ଓ ଆବିଷ୍କାରର ପ୍ରଶଂସା କରିଥାନ୍ତି ଯାହା ବିଭିନ୍ନ ସମସ୍ୟାର ସରଳ ସମାଧାନ ସାମ୍ନାକୁ ଆଣିଥାଏ। କିନ୍ତୁ ଏଥର ଆନନ୍ଦ ମହିନ୍ଦ୍ରା ଅଲଗା କିଛି ପୋଷ୍ଟ କରିଛନ୍ତି ଯାହା ତାଙ୍କୁ ଚିନ୍ତିତ କରିଛି।

ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜଣେ ଯୁବକ ଟ୍ରେନରେ ଶୋଇଥିବା ନଜର ଆସିଛନ୍ତି। ଶୋଇଥିବା ବେଳେ ଯୁବକ ଜଣକ ମାସ୍କ ନିଜ ଆଖି ଉପରେ ଲଗାଇଛନ୍ତି। ଯୁବକଙ୍କ ଫଟୋ କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି,”ମୁମ୍ବାଇରେ ଲଗାତାର ବୃଦ୍ଧି ପାଉଥିବା କରୋନା ମାମଲାର କାରଣ ଯଦି ଆପଣ ଖୋଜୁଛନ୍ତି…..(ଏହା ଏମିତି ଏକ ଯୋଗାଡ ଯାହା କୌଣସି ପ୍ରକାର ପ୍ରଶଂସାର ଯୋଗ୍ୟ ନୁହେଁ)”

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ମାମଲା ଲଗାତାର ବଢ଼ିବାରେ ଲାଗିଛି। ମାମଲା ବୃଦ୍ଧି ପାଉଥିବା ଦେଖି କରୋନା ନିୟମ ପାଳନ କରୁନଥିବା ଲୋକଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମହାରାଷ୍ଟ୍ରରେ ପ୍ରତିଦିନ ୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚେତାବନୀ ଦେଇଛନ୍ତି ଯେ ଯଦି ମାମଲା କମ ନ ହୁଏ ତାହେଲେ ପୁଣି ଲକଡାଉନ ଲାଗୁ କରାଯାଇପାରେ।

କରୋନା ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିଛି ଦିନ ମଧ୍ୟରେ ୧୩୦୫ ବିଲଡିଂ ସିଲ କରାଯାଇଛି ଯେଉଁଠାରେ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ବିନା ମାସ୍କରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ୩୦୦ ମାର୍ଶଲ ନିଯୁକ୍ତ କରାଯାଇଛି। ପବ, ବାର, କ୍ଲବ ଆଦିରେ ବିଏମସି ଲଗାତାର ଚଢ଼ଉ କରୁଛି।

   Related Posts