Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଆନନ୍ଦ ମହିନ୍ଦ୍ରା ସେୟାର କଲେ ଦେଶୀ କାର୍ ଭିଡିଓ: କହିଲେ-‘ୟା ଆଗରେ ଏଲନ୍ ମସ୍କ-ଟେସ୍ଲା ବି ଫେଲ୍’

24/12/2020 at 11:47 AM

ନୂଆଦିଲ୍ଲୀ ୨୪/୧୨ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। ସେ ଟ୍ୱିଟର ଜରିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୁଅନ୍ତି। ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟରେ ଟ୍ୱିଟରରେ ମଜାଳିଆ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ସେୟାର କରନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଥାଏ। ବୁଧବାର ଦିନ  ଏହିଭଳି ଏକ ମଜାଳିଆ ଭିଡିଓ ପୋଷ୍ଟ କରିଥିଲେ ଆନନ୍ଦ ମହିନ୍ଦ୍ରା। ପୋଷ୍ଟରେ ସେ ଇଲେକ୍ଟ୍ରିକ ଆମେରିକୀୟ କାର ନିର୍ମାତା କମ୍ପାନୀର ପ୍ରମୁଖ ଏଲନ ମସ୍କ ଓ ଟେସ୍ଲା କାର ସମ୍ପର୍କରେ କହିଛନ୍ତି।

ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ମଜାଳିଆ ଭିଡିଓ ଦକ୍ଷିଣ ଭାରତର ବୋଲି କୁହାଯାଉଛି। ଭିଡିଓରେ ଏକ ଶଗଡ଼ ଗାଡି ରାସ୍ତା ଉପରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଶଗଡ଼ର ପଛପଟ ଭାଗରେ ଆମ୍ବାସେଡର କାରର ଏକ ଅଂଶ ଲାଗିଛି। ତାକୁ ବହୁତ ସୁନ୍ଦର ଭାବେ ସଜାଯାଇଛି। ଶଗଡ଼ରେ ଯିଏ ବସନ୍ତି ତାଙ୍କୁ ଆମ୍ବାସେଡର ଲାଗିଥିବା ଅଂଶରେ ହିଁ ବସିବାକୁ ପଡିଥାଏ।

ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୋତେ ଲାଗୁଛି ଏଲନ ମସ୍କ ଓ ଟେସ୍ଲା ନବୀକରଣ ଉର୍ଜା ଦ୍ୱାରା ସଞ୍ଚାଳିତ କାର ଏହି ଭାରତୀୟ କାରକୁ ମୁକାବିଲା କରିପାରିବ। ତେବେ ଏହାର ନିର୍ଗମନ ପ୍ରଣାଳୀ ବିଷୟରେ ସେ ନିଶ୍ଚିତ ନୁହନ୍ତି ବୋଲି କହିଛନ୍ତି।’

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଭିଡିଓକୁ ଅନେକ ଲୋକ ରିଟ୍ୱିଟ ମଧ୍ୟ କରିଛନ୍ତି ଏବଂ ଅନେକ ୟୁଜର୍ସ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଭିଡିଓକୁ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଲୋକେ ଏହି ଭିଡିଓରେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।

   Related Posts