Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପାହାଡ ଉପରେ ତାରରେ ଝୁଲି କାମ କରୁଥିବା ବିଦ୍ୟୁତ କର୍ମଚାରୀଙ୍କ ଭିଡିଓ ଭାଇରାଲ୍, ହାତ ଯୋଡି ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

18/10/2020 at 12:14 PM

ମୁମ୍ବାଇ ୧୮/୧୦ : ପ୍ରସିଦ୍ଧ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସବୁବେଳେ ସୋସିଆଲ୍ ମିଡ଼ିଆରେ ଆକ୍ଟିଭ ରୁହନ୍ତି। ଆନନ୍ଦ ମହିନ୍ଦ୍ରା କାହାକୁ ସାହାଯ୍ୟ କରିବାରେ କିମ୍ବା କେଉଁ ବ୍ୟକ୍ତିଙ୍କ କାମକୁ ପ୍ରଶଂସା କରିବାରେ କେବେ ପଛାନ୍ତି ନାହିଁ। ସୋସିଆଲ ମିଡ଼ିଆରେ ଜଣେ ଲାଇନମ୍ୟାନଙ୍କ ଭିଡିଓ ଭାଇରାଲ ହେଉଛି। ଲାଇନମ୍ୟାନ୍ ଜଣକ ପାହାଡ ଉପରେ ଥିବା ବିଜୁଳି ଲାଇନ୍ ଠିକ କରୁଥିବା ଭିଡିଓ ଭାଇରାଲ ହୋଇଛି। ଆନନ୍ଦ ମହିନ୍ଦ୍ରା ଉକ୍ତ ଲାଇନମ୍ୟାନଙ୍କ କାମକୁ ପ୍ରଶଂସା କରି ତାଙ୍କୁ ହାତ ଯୋଡି ସଲାମ କରିଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଭିଡିଓ ସହ ହାତ ଯୋଡିଥିବା ଇମୋଜୀ ସେୟାର କରିଛନ୍ତି।

ଭିଡିଓ ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରିସିଟି ଟ୍ରାନ୍ସମିଶନ କମ୍ପାନୀ ଲିମିଟେଡ଼ର ଜଣେ କର୍ମଚାରୀଙ୍କ ବୋଲି ଜଣାପଡିଛି। ଭିଡିଓରେ ଖଣ୍ଡାଲା ଅଞ୍ଚଳରେ ଏକ ଉଚ୍ଚ ଟ୍ରାନ୍ସମିଶନ ଲାଇନ ଠିକ କରୁଥିବା କର୍ମଚାରୀଙ୍କ ସାହାସିକତା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ସୂଚନା କେନ୍ଦ୍ର-ନୂଆଦିଲ୍ଲୀର ଉପ-ନିର୍ଦେଶକ ଦୟାନନ୍ଦ କାମ୍ବଲେ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଥିଲେ। ଭିଡିଓକୁ ନେଇ ଆନନ୍ଦ ମହିନ୍ଦ୍ରା ମଧ୍ୟ ଟ୍ୱିଟ୍ କରିଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି, ‘ଆଗକୁ କେବେ ଅଭିଯୋଗ କରିବା ପୂର୍ବରୁ ଉଚ୍ଚ ତାରରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ଏହି ବହାଦୁର କର୍ମଚାରୀଙ୍କ ବିଷୟରେ ନିଶ୍ଚୟ ଭାବିବି ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିବି।’

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ଗ୍ରୀଡ଼ରେ ସମସ୍ୟା ଯୋଗୁଁ ବିଜୁଳି ସଙ୍କଟ ଦେଖାଦେଇଥିଲା। ଯାହାଫଳରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। କୁହାଯାଉଛି ଯେ, ଏହି ୫୫ ସେକେଣ୍ଡର ଭିଡିଓ ତଟୀୟ କାଙ୍କଡ଼ ଏବଂ ପଶ୍ଚିମଘାଟ ମଧ୍ୟରେ ପଡୁଥିବା ଖଣ୍ଡାଲା ଅଞ୍ଚଳର। ବିଜୁଳି କର୍ମଚାରୀ ଯେଉଁ ଟ୍ରାନ୍ସମିଶନ ଲାଇନରେ କାମ କରୁଥିଲେ ତାହା ଭୂମିରୁ ବହୁତ ଉଚ୍ଚରେ ରହିଛି। କର୍ମଚାରୀ ସେଠାରେ ଏକା ନିଜ ଜୀବନକୁ ବାଜି ଲଗାଇ କାମ କରୁଥିଲେ।

କାମ୍ବଲେ କାହଁହିଛନ୍ତି ଯେ ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରିସିଟି ଟ୍ରାନ୍ସମିଶନ କମ୍ପାନୀ ଲିମିଟେଡ଼ କର୍ମଚାରୀ ଗ୍ରୀଡ୍ ସମସ୍ୟା ଦୂର କରିବାକୁ ୪ ଦିନ ହେଲା ଲାଗିଥିଲେ। ମୁଖ୍ୟତଃ ସେହି ଲାଇନରେ କିଛି ସମସ୍ୟା ଥିବାରୁ ଗତ ସୋମବାର ଦିନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିଜୁଳି କଟିଯାଇଥିଲା।

   Related Posts