ପ୍ରତିଶୃତି ପୁରା କଲେ ଆନନ୍ଦ ମହିନ୍ଦ୍ରା: ନଟରାଜନଙ୍କୁ ଉପହାର ଦେଲେ ମହିନ୍ଦ୍ରା ଥର

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ ୦୨/୦୪ : ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ନିଜ ପ୍ରତିଶୃତି ରଖିଛନ୍ତି। ଟିମ୍ ଇଣ୍ଡିଆ ବୋଲର୍ ଟି ନାଟରଯାନଙ୍କୁ ଏସୟୁଭି ଉପହାର ଦେଇଛନ୍ତି। ଏହିଭଳି ପ୍ରୋତ୍ସାହ ପାଇଁ ନଟରାଜାନ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ଅନେକ ଲୋକଙ୍କୁ ପ୍ରଭାବିତ କରିଥିଲା। ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଐତିହାସିକ ବିଜୟରେ ପ୍ରଭାବିତ ହୋଇଥିଲେ ଓ ମହମ୍ମଦ ସିରାଜ, ଟି ନଟରାଜାନ, ଶୁଭମନ ଗିଲ୍, ଶାର୍ଦୁଲ୍ ଠାକୁର, ୱାସିଂଟନ୍ ସୁନ୍ଦର ଓ ନବଦ୍ୱୀପ ସାଇନିଙ୍କୁ ମହିନ୍ଦ୍ରା ଥର୍ ଉପହାର ଦେବେ ବୋଲି କହିଥିଲେ। 

{"id":431974,"sizeSlug":"large","linkDestination":"none"}

ନଟରାଜାନ ମହିନ୍ଦ୍ରାଙ୍କ ଠାରୁ ଉପହାର ପାଇବା ପରେ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି କହିଛନ୍ତି ଯେ ଆନନ୍ଦ ମହିନ୍ଦ୍ରା ତାଙ୍କୁ ଏସୟୁଭି ଥର୍ ଉପହାର ଦେଇଛନ୍ତି। ଖୁସି ହୋଇ ନଟରାଜାନ ଗାବା ଟେଷ୍ଟର ନିଜର ଦସ୍ତଖତ ହୋଇଥିବା ଜର୍ସି ଆନନ୍ଦ ମହିନ୍ଦ୍ରାଙ୍କୁ ଦେଇଛନ୍ତି।

{"sizeSlug":"large","linkDestination":"none"}

ନଟରାଜାନ ଲେଖିଛନ୍ତି, ଭାରତ ପାଇଁ କ୍ରିକେଟ୍ ଖେଳିବା ତାଙ୍କ ଜୀବନର ସବୁଠାରୁ ବଡ ଉପଲବ୍ଧି। ତାଙ୍କୁ ଯେଉଁ ସ୍ନେହ, ଭଲପାଇବା ମିଳିଛି ସେଥିରେ ସେ ଅଭିଭୂତ। ଲୋକଙ୍କ ଭଲପାଇବା ଯୋଗୁଁ ଆଜି ସେ ମହିନ୍ଦ୍ରା ଥର ଉପହାରରେ ପାଇଛନ୍ତି ବୋଲି କହିଛନ୍ତି। ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ ମହିନ୍ଦ୍ରା ସାର ତାଙ୍କ କ୍ରିକେଟ ଯାତ୍ରାକୁ ଏକ ପରିଚୟ ଦେଇ ତାଙ୍କ ମନୋବଳ ବଢ଼ାଇଛନ୍ତି। ସେଥିପାଇଁ ସେ ନିଜ ଦସ୍ତଖତ ଥିବା ଜର୍ସି ଆନନ୍ଦ ମହିନ୍ଦ୍ରାଙ୍କୁ ପଠାଇଛନ୍ତି। 

{"id":431976,"sizeSlug":"large","linkDestination":"none"}

ନଟରାଜାନ ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ଟିମରେ ସାମିଲ ହୋଇଛନ୍ତି। ସେ ୨୦୧୭ରେ ପ୍ରଥମେ ଆଇପିଏଲରେ ନଜର ଆସିଥିଲେ। ସେତେବେଳେ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଇଁ ୬ଟି ମ୍ୟାଚ୍ ଖେଳିଥିଲେ ଓ ୨ଟି ୱିକେଟ୍ ନେଇଥିଲେ। ଦୁବାଇରେ ଆୟୋଜିତ ଗତ ସିଜନରେ ସେ ୧୬ ମ୍ୟାଚ୍ ଖେଳିଥିଲେ ଓ ୧୬ ୱିକେଟ୍ ନେଇଥିଲେ।

୨୯ ବର୍ଷୀୟ ନଟରାଜାନ ଏବେ ସୁଦ୍ଧା ଭାରତ ପାଇଁ ୭ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରେ ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ ସାମିଲ ଅଛି। ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ସେ ଏବେ ସୁଦ୍ଧା ୧୩ଟି ୱିକେଟ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.