ଇ-ରିକ୍ସାର ବିକଶିତ ଭର୍ସନ ଦେଖି ତୋବା ହୋଇଗଲେ ଆନନ୍ଦ ମହିନ୍ଦ୍ରା, ସେୟାର କଲେ ଭିଡିଓ, ଆଉ ଚାଳକଙ୍କୁ ନିଜ ଆଡ଼ଭାଇଜାରୀ ଟିମରେ ସାମିଲ ହେବାକୁ ଦେଲେ ଅଫର...

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬/୦୪ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଅଟୋ କମ୍ପାନୀ ମାଲିକ ତଥା ବିଶିଷ୍ଟ ବିଜନେସ ଟାଇକୁନ ଆନନ୍ଦ ମହିନ୍ଦ୍ରା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଆନେକ ବାସ୍ତବତାକୁ  ଦେଇଥାନ୍ତି ଗୁରୁତ୍ବ । ଦୈନନ୍ଦିନ ଜୀବନରେ ସଂଘଟିତ ଅଭିନବ ପଦ୍ଧତିର ଫଟୋ କିମ୍ବା ଭିଡିଓ ସେୟାର କରିଥାନ୍ତି | ନିକଟରେ ସେ ଏହିଭଳି ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓରେ ଜଣେ ଇ-ରିକ୍ସା ଚାଳକ ସୋସିଆଲ ଡିଷ୍ଟାନସିଂ କୁ ନଜରରେ ରଖି ନିଜ ରିକ୍ସାକୁ ମଡିଫାଏ କରିଛନ୍ତି ବା ବିକଶିତ କରିଛନ୍ତି | ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ସେୟାର କରି ରିକ୍ସା ଚାଳକଙ୍କ ପ୍ରଶଂସା କରିବା ସହ ,ତାଙ୍କ ଟିମ ମଧ୍ୟ ରିକ୍ସା ଚାଳକଙ୍କ ଠାରୁ କିଛି ଶିକ୍ଷା କରିପାରିବ ବୋଲି ମତ ଦେଇଛନ୍ତି  । କେବଳ ସେତିକି ନୁହେଁ, ସେ ସଂପୃକ୍ତ ରିକ୍ସା ଚାଲକଙ୍କୁ ଦେଇଥିବା ଅଫର ମକାଇଦେବାଭଳି ।

{"id":260283,"sizeSlug":"large"}

ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ଭିଡିଓରେ ଜଣେ ରିକ୍ସା ଚାଳକ ନିଜ ଅଟୋ ରିକ୍ସା ସହ ନଜର ଆସିଛନ୍ତି | ରିକ୍ସାରେ ୪ ଜଣଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି | କିନ୍ତୁ ୪ ଜଣଙ୍କ ବସିବା ପାଇଁ ସିଟିଙ୍ଗ କମ୍ପାର୍ଟମେଣ୍ଟ ଅଲଗା ଅଲଗା କରାଯାଇଛି | କମ୍ପାର୍ଟମେଣ୍ଟ ଏହିଭଳି ପ୍ରସ୍ତୁତ କରାଯାଇଛି ଯେଭଳି କେହି କାହା ସମ୍ପର୍କରେ ଆସିବେନି |

ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା କହିଛନ୍ତି, ନୂଆ ଜଟିଳ ପରିସ୍ଥିତି ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବା ଏବଂ କିଛି ନୂଆ କରିବାର କ୍ଷମତା ଆମ ଦେଶବାସୀଙ୍କ ମଧ୍ୟରେ ଅଛି | ଲୋକଙ୍କ ଏହି କ୍ଷମତା ଆଶ୍ଚର୍ଯ୍ୟଜନକ | ଏହାସହ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର  କାର୍ଯ୍ୟନିର୍ବାହୀ ନିର୍ଦେଶକଙ୍କୁ ଏହି ଭିଡିଓରେ ଟ୍ୟାଗ କରିଛନ୍ତି ଆନନ୍ଦ ମହିନ୍ଦ୍ରା| ଟ୍ୟାଗ କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ, " ରିସର୍ଚ୍ଚ ଆଣ୍ଡ ପ୍ରଡକ୍ସନ ଡେଭେଲପମେଣ୍ଟ ଟିମ୍ ପାଇଁ ଏହି ରିକ୍ସା ଚାଳକ ଜଣକ ପରାମର୍ଶଦାତା ଭାବେ ଆମକୁ ଦରକାର |"

ଭିଡିଓରେ ଅନେକ ଲୋକ କମେଣ୍ଟ କରିଛନ୍ତି | ଭିଡିଓକୁ ଏପର୍ଯ୍ୟନ୍ତ ୩୯ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି | ଜଣେ ବ୍ୟକ୍ତି ଭିଡିଓରେ କମେଣ୍ଟ କରିଛନ୍ତି 'ଏହା ଏକଦମ କ୍ଵାରେଣ୍ଟାଇନ ଟୁକଟୁକ' |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.