କଟକ ଆନନ୍ଦ ଭବନ ସଂଗ୍ରହାଳୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଆସମ୍ମାନ ଘଟଣାରେ ସମ୍ପୃକ୍ତ ଯୁବକ ଭୁଲ୍‌ ସ୍ୱୀକାର କରି ଆଗକୁ ଏପରି ନକରିବା ପାଇଁ ପୋଲିସ୍‌କୁ ଲେଖି କରି ଦେଲେ

Published By : Prameya-News7 Bureau | November 03, 2019 IST

  

କଟକ ୦୩।୧୧ -  କଟକ ଆନନ୍ଦ ଭବନ ସଂଗ୍ରହାଳୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଆସମ୍ମାନ ଘଟଣାରେ ପୋଲିସ୍ ଜଗତସିଂହପୁର ଅଞ୍ଚଳର ଦେବାଶିଷ ବାରିକ ନାମକ ଜଣେ ଯୁବକଙ୍କୁ ଡାକି ପଚରା ଉଚରା କରିଛି । ପୋଲିସ୍ କହିବା ଅନୁସାରେ ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଆସମ୍ମାନ କରିଥିବା ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଏହାକୁ ନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ବିଡାନାସୀ ଥାନାରେ ଏକ ଏତଲା ଦାଏର କରିଥିଲେ ।

ଏତଲାକୁ ଭିତ୍ତି କରି ପୋଲିସ୍ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଥାନାକୁ ଡକାଇ ପଚରା ଉଚରା କରିବା ପରେ ଅଭିଯୁକ୍ତ ତାଙ୍କ ଭୁଲ୍ ସ୍ୱୀକାର କରିବା ସହ ଆଗକୁ ଏପରି ନକରିବା ପାଇଁ ପୋଲିସ୍ କୁ ଲିଖିତ ଆକାରରେ ଦେଇଥିବା  କଟକ ଡିସିପି  ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.