ଅମାନିଆଙ୍କୁ ବୁଝାଇବାକୁ ପୋଲିସର ପ୍ରୟାସ ଜାରି, ଗୀତ ଗାଇ ଲୋକଙ୍କୁ କଲେ ସଚେତନ

Published By : Prameya-News7 Bureau | April 05, 2020 IST

ଝାରସୁଗୁଡା ୦୫।୦୪: କରୋନା ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ କେନ୍ଦ୍ର ସରକାର ସାରା ରାଜ୍ୟକୁ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ତେବେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ବି କେତେକ ଲୋକ ବିଭିନ୍ନ ଆଳ ଦେଖାଇ ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ସାଧାରଣଲୋକମାନଙ୍କ ମଧ୍ୟରେ ଅଧିକ ଅଧିକରୁ ଲୋକ ନିୟମ ମାନୁଥିଲେ ମଧ୍ୟ କିଛି ଲୋକ ଏବେ ବି ନିୟମ ମାନିବାକୁ ନାରାଜ । ତେବେ ଏହିପରି ଲୋକଙ୍କୁ ବୁଝାଇବାକୁ ଅଭିନବ ଉପାୟ ଆପଣାଇଛନ୍ତି ଝାରସୁଗୁଡା ପୋଲିସ ।

{"id":249133,"sizeSlug":"large"}

ଲକଡାଉନକୁ ସଫଳ କରିବାକୁ ଗତକାଲି ପୋଲିସ ହାତଯୋଡ଼ିବା ପରେ ଆଜି ଗୀତ ମାଧ୍ୟମରେ ଲୋକଙ୍କୁ ମନାଇବାର ପ୍ରୟାସ କରିଛି। ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧ରେ ପହଞ୍ଚିଛି। ତଥାପି ସାଧାରଣ ଲୋକଙ୍କ ଚେତା ପଶୁନି। ତେଣୁ ଲୋକେ କିପରି ଲକଡାଉନ ରେ ରହି କରୋନା ଯୁଦ୍ଧ କୁ ଜିତିବେ ସେଥିପାଇଁ ଦିନରାତି ଏକ କରିଦେଇଛି ପୋଲିସ।ଲକଡାଉନ ଅବଧି ସରି ଆସୁଥିବା ବେଳେ ଲୋକଙ୍କୁ ପୋଲିସ ଦିନକୁ ଦିନ କଠୋର ହେଉଛି। କାରଣ ସାଧାରଣ ଲୋକାଙ୍କୁ ପ୍ରଥମେ ବୁଝାଇବା ପରେ ଲକ୍ଷାଧିକ ଟଙ୍କା ଫାଇନ ଆଦାୟ କଲା ଝାରସୁଗୁଡ଼ା ପୋଲିସ। ଏଥିରେ ମଧ୍ୟ ଲୋକେ ବାହାନା କରି ଘରୁ ବାହାରିବା ଯୋଗୁଁ ଗତକାଲି ଝାରସୁଗୁଡା ପୋଲିସ ନିଜ ସମସ୍ୟା ଥିବା ସତ୍ତ୍ୱେ ଲୋକଙ୍କ ଜୀବନ ପାଇଁ ଦିନରାତି କାମ କରୁଥିବା କହି ପ୍ଲାକାର୍ଡ ଧରି ରାଜରାସ୍ତାରେ ହାତଯୋଡ଼ି ଥିଲା।

{"id":249134,"sizeSlug":"large"}

ଆଜି ପୋଲିସ ବିଭାଗରେ କାମ କରୁଥିବା ଜଣେ ହାବିଲଦାର ନିଜେ ଏକ ସୁନ୍ଦର ଗୀତ ଲେଖି ନିଜେ ଗାଇ ଝାରସୁଗୁଡା ସହରାଞ୍ଚଳରେ ବୁଲି ବୁଲି ସଚେତନତା ସୃଷ୍ଟି କରାଉଛନ୍ତି। ହାବିଲଦାର ଜଣଙ୍କ ଗୀତ ଗାଉଥିବା ବେଳେ ତାଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ବୁଲି ତାଳି ମାରି ଉତ୍ସାହିତ କରୁଛନ୍ତି। ସହରର ମୁଖ୍ୟ ରାସ୍ତାରେ ସଂଗୀତର ତାଳେ ତାଳେ ସମସ୍ତ ଅଧିକାରୀ ମାନେ ଚାଲୁଥିବା ବେଳେ ନିଜ ଘର ବାଲକୁନି ଉପରେ ରହି ସ୍ଥାନୀୟ ବାସିନ୍ଦା ମଧ୍ୟ ପୋଲିସ ବାହିନୀକୁ ଉତ୍ସାହିତ କରିଥିଲେ। ବାସ୍ତବରେ ପୋଲିସର ଏଭଳି ପ୍ରୟାସକୁ ସମସ୍ତେ ପସନ୍ଦ କରୁଛନ୍ତି। ଫଳରେ ଆଗାମୀ କିଛି ଦିନରେ ଝାରସୁଗୁଡା ସହରର ଲକଡାଉନ ଅଧିକ ସଫଳ ହେବ ବୋଲି ଆଶା ପ୍ରକଟ କରି ଏଥିରେ ଅମାନିଆ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଚେତାଵନୀ ଦେଇଛି ପୋଲିସ ଓ ଜିଲ୍ଲା ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.