Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ଫୋନି ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା, ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ୧୯୯୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୯୩୪ଟି କାର୍ଯ୍ୟକ୍ଷମ

16/05/2019 at 12:49 PM

ଭୁବନେଶ୍ବର ୧୬|୫: ରାଜ୍ୟ ଅତିଥି ଭବନରେ ବାତ୍ୟା ଫୋନି ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା ବୈଠକ । କେନ୍ଦ୍ର ଅତିରିକ୍ତ ଅର୍ଥ ସଚିବ ଦେବାଶିଷ ପଣ୍ଡା ଓ ରାଜ୍ୟ ଅର୍ଥ ବିଭାଗ ସଚିବ ଅଶୋକ ମୀନାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଫୋନି ପରେ କଣ ପଦକ୍ଷେପ ନିଆଯାଉଛି, କେନ୍ଦ୍ର ସରକାରଙ୍କ ପକ୍ଷରୁ କଣ ସହାୟତା ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଛି । ଏହାସହ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗରେ ଋଣ ଛାଡ, ବୀମା ଅର୍ଥ ଯୋଗାଇବା, ଏଟିଏମ୍ କାର୍ଯ୍ୟକ୍ଷମ ନେଇ ମଧ୍ୟ ଆଲୋଚନା ହୋଇଛି ।

ସମୀକ୍ଷା ପରେ ରାଜ୍ୟ ଅର୍ଥ ବିଭାଗ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି ଯେ, ପୁରୀକୁ ଛାଡି ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ୧୯୯୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୯୩୪ଟି କାର୍ଯ୍ୟକ୍ଷମ ହୋଇସାରିଲାଣି ।

ସେହିଭଳି ପୁରୀ ସମେତ ଅନ୍ୟ ପ୍ରଭାବିତ ଜିଲ୍ଲାରେ ୨୯୨୧ଟି ଏଟିଏମ୍ ମଧ୍ୟରୁ ୨୦୦୦ରୁ ଅଧିକ କାର୍ଯ୍ୟକ୍ଷମ ହୋଇସାରିଛି । ବ୍ୟାଙ୍କ ଓ ବୀମା କମ୍ପାନୀ ପ୍ରଭାବିତ ଲୋକଙ୍କୁ  କିଭଳି ଅଧିକରୁ ଅଧିକ ସହାୟତା ଯୋଗାଇ ଦେଇପାରିବେ ସେନେଇ ଆଲୋଚନା ହୋଇଛି । କ୍ଷତିଗ୍ରସ୍ତମାନେ ସେମାନଙ୍କର କ୍ଷୟକ୍ଷତିର ହିସାବ କମ୍ପାନୀଗୁଡିକୁ ଜଣାଇବା ଲାଗି ଅନୁରୋଧ । ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପରେ ହୋଇଥିବା କ୍ଷୟକ୍ଷତିର ଋଣ କ୍ଷେତ୍ରରେ ଅଧିକ ରିହାତି ମିଳିପାରିବ ସେନେଇ ବ୍ୟାଙ୍କ ଗୁଡିକ ସହ ଆଲୋଚନା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୮୦୦ ଘରୋଇ ଉଦ୍ୟେଗ କମ୍ପାନୀ କ୍ଷୟକ୍ଷତି ନେଇ ଦାବି  କରିସାରିଛନ୍ତି ।

ବୈଠକରେ ରିଜର୍ଭ ବ୍ୟାଙ୍କ, ବିଭିନ୍ନ ଘରୋଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବିଭିନ୍ନ ବୀମା କମ୍ପାନୀର ଅଧିକାରୀ ଉପସ୍ଥିତ ଥିଲେ ।

   Related Posts