Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗ୍ରାମବାସୀଙ୍କ ନିଆରା ଉଦ୍ୟମ, ଟଙ୍କା ଆଦାୟ କରି ନିଜେ ତିଆରି କଲେ ଅଙ୍ଗନବାଡି କେନ୍ଦ୍ର

19/07/2021 at 12:26 PM

ଭଦ୍ରକ, ୧୯/୦୭:  ଆଜିର ଶିଶୁ କାଲିର ଭବିଷ୍ୟତ । ପଢିଲେ ବଢିବ ଜ୍ଞାନ, ବଢିବ ଯଶ । କିନ୍ତୁ ପାଠ ପଢିବା ପାଇଁ ଆବଶ୍ୟକ ଉତ୍ତମ ପରିବେଶ । ଏଥି ପାଇଁ ସରକାରଙ୍କର କାହିଁ କେତେ ଯୋଜନା କିନ୍ତୁ ଯଦି ଯୋଜନାର ସଫଳ ପରିଚାଳନା ନହୁଏ ତେବେ ଯୋଜନାର ଲାଭ ବା କଣ । ନାନା ଅସୁବିଧାରେ ପାଠ ପଢୁଥିବା ପିଲାଙ୍କ ପାଇଁ ବାହାରିଛନ୍ତି ଗ୍ରାମବାସୀ । ନିଜସ୍ୱ ଉଦ୍ୟମରେ ଚାନ୍ଦା ଆଦାୟ କରି  ଶ୍ରମଦାନ କରି ତିଆରି କରିଛନ୍ତି ଅଙ୍ଗନବାଡି କେନ୍ଦ୍ର । ଏପରି ଚିତ୍ର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରେ ।

ଭଦ୍ରକ ଜିଲ୍ଲା ତିହିଡି ପଞ୍ଚାୟତ ବାଲିଚତୁରୀ ଗ୍ରାମର ନୂଆ ତିଆରି ହୋଇଛି ଘର । ଗ୍ରାମବାସୀ ହିଁ ଏହାକୁ ତିଆରି କରିଛନ୍ତି । ବୋର୍ଡ ଟିଏ ମଧ୍ୟ ଝୁଲିଛି । ଆଉ ଲେଖାହୋଇଛି ୨୩ ନମ୍ବର ୱାର୍ଡର ଆମ ଅଙ୍ଗନବାଡି କେନ୍ଦ୍ର । ବିନା ସରକାରୀ ସହାୟତାରେ ନିଜେ ବୈଠକ କରି ଚାନ୍ଦା ଆଦାୟ କରି ତିଆରି କରିଛନ୍ତି । ଆଉ ଆଶା କରିଛନ୍ତି ଏହି ଘର କାଲିର ଭବିଷ୍ୟତ ପାଇଁ ତିଆରି ହୋଇଛି । ତେବେ ସମ୍ପୂର୍ଣ ଘଟଣା ଏମିତି । ଏହି ଗ୍ରାମରେ ମିନି ଅଙ୍ଗନବାଡି କେନ୍ଦ୍ରରେ ପ୍ରାୟ ୪୦ ଛାତ୍ରଛାତ୍ରୀ ପଢୁଛନ୍ତି । ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ବାର ଓଳି ଶୁଣ୍ଢୀ ପିଣ୍ଡା ଭଳି ପରିସ୍ଥିତି ଉପୁଜେ । କାହା ଘର ଚାଳିର କାହା ଘର ବରଣ୍ଡାରେ ପିଲା ପଢୁଥିଲେ । ପାଗ ପ୍ରତିକୂଳ ହେଲେ ସବୁ ବନ୍ଦ । ଏମିତି ସ୍ଥିତିରେ ଗ୍ରାମବାସୀ ଘର ଟିଏ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଯେଉଁ ସ୍ଥାନ ଚିହ୍ନଟ ହେଲା ସେହି ସ୍ଥାନ ଗାଁର ଶେଷ ମୁଣ୍ଡରେ ହେଉଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ  । ସେଥି ପାଇଁ ଗ୍ରାମବାସୀ ଏକାଠି ହୋଇ ବୈଠକ କରି ସମାଧାନର ବାଟ ଖୋଜିଲେ ଓ ନିଜେ ଚାନ୍ଦା ଆଦାୟ କରି ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରି ନିଜେ ଶ୍ରମଦାନ କରି ଘରଟିଏ ତିଆରି କଲେ ।

ବହୁଦିନ ହେବ ପ୍ରଶାସନ ପାଖରେ ଅଙ୍ଗନବାଡି ଘର ଟିଏ ପାଇଁ ଗୁହାରି କରିଆସୁଥିଲେ ହେଲେ ମିନି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅନେକ ପ୍ରତିଶୃତି ମିଳିଥିଲା । ବାଲିଚତୁରୀ ଗାଁର ୨୩ ନମ୍ବର ୱାର୍ଡରେ ଏକ ମିନି ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ୨୦୧୮ ମସିହାରେ ପ୍ରଶାସନ ପକ୍ଷରୁ ବ୍ୟୟବରାଦ ହୋଇଥିଲା ବୋଲି କହନ୍ତି ଗ୍ରାମବାସୀ । ସେହିଦିନରୁ ଗ୍ରାମବାସୀ ମାନେ ବିଡିଓଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ସ୍ଥାନ ଚିହ୍ନଟ କରିବାକୁ ଦାବି କରିଥିଲେ । ଅଙ୍ଗନବାଡି ଘର ପାଇଁ ପ୍ରଥମେ ଯେଉଁ ସ୍ଥାନ ନିରୂପଣ କରାଯାଇଥିଲା  ତାହା ଉପଯୋଗୀ ନଥିଲା ।। ଏବେ ବେସ ଖୁସି ବ୍ୟକ୍ତ କରିଛନ୍ତି ଅଙ୍ଗନବାଡି କର୍ମୀ । ସେମାନେ କହିଛନ୍ତି ଯେ ଏବେ ଆଉ ହଇରାଣ ହେବେ ନାହିଁ । ପିଲାଙ୍କୁ ନେଇ ଆଉ କାହା ଦୁଆରକୁ ଯିବେ ନାହିଂ । ଏହି ଘରେ ପିଲାଙ୍କୁ ପାଠ ପଢାଇବେ । ଆବଶ୍ୟକୀୟ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏହିସ୍ଥାନରୁ ବଣ୍ଟନ କରିବେ । ତେବେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ଏବେ ସରକାର ଶୁଣନ୍ତୁ ଓ ପ୍ରଶାସନ ପୁଣି ଠାରେ ବିଚାର କରି ଏହି ସ୍ଥାନରେ ନୂଆ ଅଙ୍ଗନବାଡି ଘର ଟିଏ ତିଆରି କରନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି ।

   Related Posts