Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଖୋଲା ଆକାଶ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ଫେରିଗଲା ଅଙ୍ଗନବାଡି ତିଆରି ହେବା ପାଇଁ ଆସିଥିବା ଟଙ୍କା

19/09/2019 at 5:36 PM

କେନ୍ଦ୍ରାପଡା ୧୦।୦୯- ଖୋଲା ଆକାଶ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର ।  ମୁଣ୍ଡ ଉପରେ ଛାତ ନାହିଁ କି ପାର୍ଶ୍ୱରେ  କାନ୍ଥ ନାହିଁ । କେନ୍ଦ୍ରାପଡା ଆୟବା ‘ଅଙ୍ଗନବାଡି କେନ୍ଦ୍ର’ରେ ଶିଶୁମାନଙ୍କୁ ଏମିତି ଅସୁରକ୍ଷିତ ଭାବେ ଶିକ୍ଷାଦାନ କରାଯାଉଥିବା ନଜରକୁ ଆସିଛି । ତବେ ଏହାର କାରଣ ଖୋଜିବାରୁ ଯାହା ସାମନାକୁ ଆସିଛି ତାହା ଆହୁରି ଚିନ୍ତାଜନକ । ଉପଯୁକ୍ତ ଜାଗା ଅଭାବରୁ ଅଙ୍ଗନବାଡି ଘର ନିର୍ମାଣ ପାଇଁ ଆସିଥିବା ଟଙ୍କା ଫେରିଗଲା । ଫଳରେ ପିଲାମାନେ ଏମିତି ଅସୁରକ୍ଷିତ ଭାବେ ପାଠ ପଢୁଛନ୍ତି ବୋଲି କହିଛନ୍ତି  ଅଙ୍ଗନବାଡି କର୍ମୀ । 

ଖୋଲା ଆକାଶ ତଳେ ବସି ଦିଦିଙ୍କ ସ୍ବରରେ ସ୍ବର ମିଳାଇ ଗୀତ ଗାଇବାରେ ମଗ୍ନ ହି କୁନିକୁନି ପିଲାମାନେ । କେନ୍ଦ୍ରାପଡାର ‘ଆୟବା ଅଙ୍ଗନବାଡି କେନ୍ଦ୍ର’ ବିନା ଘରରେ ଚାଲିଛି  । ମୁଣ୍ଡ ଉପରେ ଝୁଲୁଛି ବିଶାଳ ବର ଡାଳ ।ବର୍ଷା ଦିନ ଯୋଗୁଁ ଆଖ ପାଖରେ ଅନାବନା ଗଛ ଭର୍ତି । ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମ।ଣ ପାଇଁ ଆସିଥିବା ଅର୍ଥ ଫେରିଯିବା ପରେ ପିଲାମାନେ ଏମିତି  ଅବସ୍ଥାରେ ପାଠ ପଢୁଛନ୍ତି । ଗାଁରେ ଉପଯୁକ୍ତ  ସ୍ଥାନ  ନିରୁପଣ ନହୋଇ ପାରିବାରୁ ମଂଜୁର ଅର୍ଥ ଫେରିଯାଇଛ ।

ଆୟବା ଗାଁରେ ଥିବା ଏହି ଅଙ୍ଗନବାଡି କେନ୍ଦ୍ରରେ ସର୍ବମୋଟ ୩୨ ଜଣ ପିଲା ଅଛନ୍ତି  । କେନ୍ଦ୍ରରେ ନିଯୁକ୍ତ ପାଇଛନ୍ତି ୨ ଜଣ କର୍ମଚାରୀ । ଜଣେ ଅଙ୍ଗନବାଡି କର୍ମୀ ଓ ଆଉ ଜଣେ ସହାୟିକା ଅଛନ୍ତି ଏଠାରେ । ପିଲାମାନଙ୍କୁ ଖାଦ୍ୟ ପ୍ରସ୍ତୁତ କରି ପରଷିବା ଦାୟିତ୍ବ ସହାୟିକାଙ୍କ ଉପରେ ନ୍ୟସ୍ତ ।ତେବେ  ଯେଉଠି ପାଠ ପଢାଇବା ପାଇଁ ଘରଟିଏ ନାହିଁ ସେଠାରେ ରୋଷେଇ ଘର ଖୋଜିବା ହାସ୍ୟାସ୍ପଦ ନିଶ୍ଚୟ । ଆୟବା ଅଙ୍ଗନବାଡି କେନ୍ଦ୍ରର ଦୁରାବସ୍ଥା ସମ୍ପର୍କରେ ନଜ-7 ଟିମ୍ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ନେଇ  ଥିବା ସମସ୍ୟାକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦଶେ ଦେଇଛନ୍ତି ।  

କେବଳ ଆୟବା ଅଙ୍ଗନବାଡି କେନ୍ଦ୍ର ନୁହେଁ କେନ୍ଦ୍ରାପଡା ଜିଲ୍ଲାରେ ଏମିତି ଅନେକ କେନ୍ଦ୍ର ରହିଛି ଯେଉଠି ଶିଶୁମାନଙ୍କ ସୁରକ୍ଷା ପ୍ରତି ଆଖି ବୁଜି ଦିଆଯାଇଥିବା ଅଭିଯୋଗ ହୋଇଛି ।

   Related Posts