ସ୍ବାମୀର ହାତୁଡି ମାଡରେ ସ୍ତ୍ରୀ ଗୁରୁତର ; ମଦ ପିଇବାକୁ ବାରଣ କରୁଥିଲା କୁନି

Published By : Prameya-News7 Bureau | February 16, 2020 IST

ଆନନ୍ଦପୁର ୧୬।୦୨: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବଳଦୁଆଁ ଗାଁରେ ଅଭାବନୀୟ ଘଟଣା ଘଟିଛି । ମଦ ପିଇବାକୁ ବାରଣ କରିବାରୁ ସ୍ତ୍ରୀକୁ ହାତୁଡିରେ ପିଟି ରକ୍ତାକ୍ତ କଲା ସ୍ବାମୀ । ସ୍ତ୍ରୀ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।  

{"id":225164,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଳଦୁଆଁ ମୁଣ୍ଡା ସାହିର ବେତ୍ରେ ମୁଣ୍ଡାର ନିୟମିତ ମଦ ପିଇ ଘରକୁ ଫେରିଥାନ୍ତି । କିନ୍ତୁ ସବୁବେଳେ ସ୍ବାମୀଙ୍କୁ ନିଶାଠାରୁ ଦୂରେଇ ରହିବାକୁ ବାରଣ କରି ଆସୁଥିଲା ସ୍ତ୍ରୀ କୁନି। ଏନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ ।  ସ୍ୱାମୀଜଣଙ୍କ ବିଭିନ୍ନ ସମୟରେ  ଗାଳି ସହ ମାଡ ମାରିନ୍ତି ବୋଲି ସ୍ତ୍ରୀ କୁନି କହିଛନ୍ତି । ତେବେ କିଛି ଦିନ ତଳେ ଏହି କାରଣକୁ ନେଇ ନିଜ ବାପଘରକୁ ପଳାଇଥିଲା ସ୍ତ୍ରୀ କୁନି। ବାପଘରେ କିଛି ଦିନ ରହିବା ପରେ  ସ୍ବାମୀ ଘରକୁ ଫେରିଥିଲେ ।

 ପୁଣି ମଦ ପିଇ ଘରକୁ ଫେରିବା ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଉତ୍ୟକ୍ତ ସ୍ୱାମୀ ଘରେ ଥିବା ହାତୁଡି ଆଣି ସ୍ତ୍ରୀ କୁନି ମୁଣ୍ଡକୁ ଆକ୍ରମଣ କରିଥିଲା । ଏବଂ ସ୍ବାମୀର ହାତୁଡି ଆକ୍ରମଣରେ ସ୍ତ୍ରୀ ରକ୍ତାକ୍ତ ହୋଇଥିଲା । ତେବେ ସ୍ଥାନୀୟଲୋକଙ୍କ ସହଯୋଗରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.