ବୀରମିତ୍ରପୁର ନାବାଳିକା ଦୁଷ୍ମର୍ମ ଓ ଗର୍ଭପାତ ମାମଲା, ଆଜି ସରୁଛି ଗିରଫ ଆନନ୍ଦ ମାଝୀଙ୍କ ରିମାଣ୍ଡ ଅବଧି

Published By : Prameya-News7 Bureau | July 06, 2020 IST

ରାଉରକେଲା ୦୬।୦୭: ବୀରମିତ୍ରପୁର ନାବାଳିକା ଦୁଷ୍ମର୍ମ ଓ ଗର୍ଭପାତ ମାମଲା । ଘଟଣାରେ ଗିରଫ ହୋଇଥିବା ଆଇଆଇସିଙ୍କ ରିମାଣ୍ଡ ଅବଧି ଆଜି ସରୁଛି । ୪ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା ପରେ ଆଜି କୋର୍ଟରେ ହାଜର କରିବ କ୍ରାଇମବ୍ରାଂଚ ଟିମ୍‌ ।

ସୂଚନାଯୋଗ୍ୟ ଯେ, ମାମଲାରେ ଅଭିଯୁକ୍ତ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝୀଙ୍କୁ ଗତ ୧ ତାରିଖରେ ଅନୁଗୁଳ ଜିଲ୍ଲା ହଣ୍ଡପାରୁ ଗିରଫ କରିଥିଲା କ୍ରାଇମବ୍ରାଂଚ ସ୍ବତନ୍ତ୍ର ଟିମ୍ । ଏହାପରେ ୨ ତାରିଖରେ ଅଭିଯୁକ୍ତ ଆନନ୍ଦ ମାଝୀକୁ ସୁନ୍ଦରଗଡ଼ ପକ୍ସୋ ଅଦାଲତରେ ହାଜର କରାଇଥିଲା । ତାଙ୍କୁ ୭ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ ସୁଦ୍ଧା ୪ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ । ରିମାଣ୍ଡର ଅବଧି ସରୁଥିବାରୁ ସୁନ୍ଦରଗଡ଼ ପକ୍ସୋ ଅଦାଲତରେ ଆଜି ହାଜର କରାଯିବ । ଘଟଣାରେ ଆନନ୍ଦ ମାଝୀଙ୍କୁ ବହିଷ୍କୃତ କରିସାରିଛନ୍ତି ପୋଲିସ ଡିଜି ଅଭୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.