ନନ୍ଦନକାନନକୁ ଆସିବେ ଆନାକୋଣ୍ଡା, ଓରାଙ୍ଗଉଟାନ ଓ ଜିରାଫ୍

Published By : Prameya-News7 Bureau | May 30, 2019 IST

ବାରଙ୍ଗ ୩୦|୫: ଖୁବ୍ ଶୀଘ୍ର ସିଙ୍ଗାପୁରରୁ ଦୁଇଟି ଓରାଙ୍ଗଉଟାନ ନନ୍ଦନକାନନକୁ ଅଣାଯିବ । ଏନେଇ ସିଙ୍ଗାପୁର ଚିଡିଆଖାନା ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ ଓ୍ବାଇଲ୍ଡ ଲାଇଫ୍ ଶଶୀ ପଲ୍ । ସେହିପରି ନନ୍ଦନକାନନରେ ଆନାକୋଣ୍ଡା ଦେଖିବାକୁ ପାଇବେ ପର୍ଯ୍ୟଟକ । ସେଣ୍ଟ୍ରାଲ ଜୁ ଅଫ୍ ଅଥୋରିଟି ସହ ଏନେଇ ବୈଠକ ସରିଛି । ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ୍ କୁ ଏହି ଆନାକୋଣ୍ଡା ଅଣାଯିବ । ଏହାସହ ନନ୍ଦନକାନନରେ ଥିବା ଗୋଟିଏ ଜିରାଫ ପାଇଁ ମହିସୁରରୁ ସାଥୀ ଜିରାଫ ଆସିବ ବୋଲି ସେ ସୂଚନା ଦେଇଛନ୍ତି ।

{"id":117629}

ନନ୍ଦନକାନନରେ ଥିବା ଭାରତର ଏକମାତ୍ର ବଣମଣିଷ ଓରାଙ୍ଗଉଟାନ ‘ବିନି’ର ଗତକାଲି ରାତିରେ ମୃତ୍ୟୁ ହୋଇଛି। ବୟସାଧିକ୍ୟ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଅତିରିକ୍ତ ପିସିସିଏଫ ଓ୍ବାଇଲ୍ଡ ଲାଇଫ୍ ଶଶୀ ପଲ୍ ସୂଚନା ଦେଇଛନ୍ତି । ଶ୍ବାସରୋଗ ଥିବାରୁ ସେ ତିନି ରୁ ଚାରି ଦିନ ହେବ ଅସୁସ୍ଥ ଥିଲା । ଏହାସହ ବିନିର ବେକରେ ଘା ହୋଇଥିଲା । ବିନିକୁ ମୃତ୍ୟୁ ବେଳକୁ ୪୧ବର୍ଷ ହୋଇଥିଲା । ସାଧାରଣତଃ ଓରାଙ୍ଗଉଟାନ୍ ମାନେ ୪୦ ରୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚନ୍ତି ।

{"id":69525}

୨୦୦୩ ମସିହା ୨୦ ନଭେମ୍ବରରେ ବିନିକୁ ମହାରାଷ୍ଟ୍ର ପୁଣେ ଚିଡିଆଖାନାରୁ ଅଣାଯାଇଥିଲା। ଖୁଆଡ ନଂ ୬୦( ଖ) ରେ ରହୁଥିଲା । ଭାରତର ଶେଷ ଓରାଙ୍ଗଉଟାନ ଥିଲା ବିନି । ତାର ପୁରୁଷ ସାଥି ଖୋଜିଖୋଜି ନନ୍ଦନକାନନ କର୍ତ୍ତୃପକ୍ଷ ନିରାଶ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.