ନନ୍ଦନକାନନରେ ପେଟିରୁ ବାହାରିଲେ ଆନାକୋଣ୍ଡା , ଖାଇବାକୁ ଦିଆଯାଉଛି ଜୀଅନ୍ତା ମୂଷା ଓ କୁକୁଡ଼ା

Published By : Prameya-News7 Bureau | October 23, 2019 IST

ଭୁବନେଶ୍ୱର - ନନ୍ଦନକାନନରେ ପେଟିରୁ ବାହାରିଲେ ଆନାକୋଣ୍ଡା । ୮ଟି ଆନାକୋଣ୍ଡାଙ୍କୁ ସରୀସୃପ ଖୁଆଡ ନମ୍ବର ୪୫-କେ ରଖାଯାଇଛି । ଖାଇବାକୁ ଦିଆଯାଉଛି ଜୀଅନ୍ତା ମୂଷା ଓ କୁକୁଡ଼ା । ସେହିଭଲି ନାଇଲ କୁମ୍ଭୀର ଲାଗି ବି କରାଯାଇଛି ସ୍ନତନ୍ତ୍ର ବ୍ୟବସ୍ଥା ।

wp:gallery {"ids":[174000]} /wp:gallery

ନନ୍ଦନକାନନରେ ଏମାନଙ୍କ ଠିକଣା ହେଉଛି ସରୀସୃପ ଖୁଆଡ ନମ୍ବର ୪୫-K । ଯେଉଁ ଆନାକୋଣ୍ଡା ସାପକୁ ଆପଣ ଫିଲ୍ମରେ ଦେଖିଥିଲେ, ତାକୁ ଏବେ ନନ୍ଦନକାନନ ଆସିଲେ ସିଧାସଳଖ ଦେଖିପାରିବେ । ଚେନ୍ନାଇରୁ ଅଢେଇ ଦିନର ଯାତ୍ରା ପରେ ଗତକାଲି ପହଞ୍ଚିଥିଲେ ଏହି ହଳଦିଆ ବା ପରାଗୁଏନା ପ୍ରଜାତିର ଆନାକୋଣ୍ଡା । ରାତି ୯ଟାରେ ପେଟି ଖୋଲି ସେମାନଙ୍କୁ ବାହାରକୁ ଅଣାଯାଇଥିଲା । ତେବେ ଖୁଆଡ଼ ଜାଲିରେ କଣା ଥିବାରୁ ପୁଣି ପେଟିରେ ଭର୍ତ୍ତି କରିଦିଆଯାଇଥିଲା । ଆଜି ସକାଳୁ ତାର ଜାଲି ମରାମତି କରିବା ପରେ ଦିନ ୧୧ଟାରେ ସେମାନଙ୍କୁ ବାହାରକୁ ବାହାର କରାଯାଇଛି । ଏଥିରେ ୫ଟି ମାଈ ଓ ୨ଟି ଅଣ୍ଡିରା ଆନାକୋଣ୍ଡା ରହିଛି । ଆଉ ଗୋଟିଏକୁ ଠିକ୍ ଭାବେ ଚିହ୍ନଟ କରାଯାଇ ପାରି ନାହିଁ ।
ଦକ୍ଷିଣ ଆମେରିକୀୟ ଅଞ୍ଚଳରେ ଦେଖାଯାଉଥିବା ଏହି ଆନାକୋଣ୍ଡାଙ୍କୁ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ଅଣାଯାଇଛି । ଏମାନଙ୍କୁ ନନ୍ଦନକାନନ ପରିବେଶ ସହ ଖାପ ଖୁଆଇବାକୁ ବିଶେଷ ବ୍ୟବସ୍ଥା କରାଯାଇଛି । ଖୁଆଡରେ ଛୋଟ ଛୋଟ ଗୁମ୍ଫା ସହ କାଠ ଗଣ୍ଡି, ପଥର ରଖାଯାଇଛି । ଖାଇବାକୁ ଜୀଅନ୍ତା ମୂଷା ଓ କୁକୁଡ଼ା ଦିଆଯିବ । ସମସ୍ତ ଆନାକୋଣ୍ଡାର ବୟସ ଅଢେଇରୁ ୩ ବର୍ଷ ଓ ଲମ୍ବ ୪ ଫୁଟ୍ ଯାଏଁ । ଏମାନେ ସର୍ବାଧିକ ୨୦ ଫୁଟ୍ ଯାଏଁ ବଢିବେ । ନନ୍ଦନକାନନ ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣ ସାଜିବେ ଏମାନେ । ତେବେ ତିନି ଚାରି ଦିନ ଏମାନେ ଅବଜରଭେସନରେ ରହିବା ପରେ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇବେ ।
ଏହା ସହ ବିରଳ ନାଇଲ କୁମ୍ଭୀର ୩ଟି ମଧ୍ୟ ନନ୍ଦନ କାନନକୁ ଆସିଛି । ସେମାନଙ୍କ ରହିବା ଲାଗି ସ୍ବତନ୍ତ୍ର ଖାର ପାଣିର ବ୍ୟବସ୍ଥା କରାଯାଇଛି । ବିଶ୍ବର ମାତ୍ର ୨୬ଟି ଦେଶରେ ଏଭଳି କୁମ୍ଭୀର ଦେଖିବାକୁ ମିଳନ୍ତି । ଆନାକୋଣ୍ଡା ଓ ନାଇଲ କୁମ୍ଭୀର ଆସିବା ପରେ ଏବେ ନନ୍ଦନକାନନରରେ ଜୀବଜନ୍ତୁ ପ୍ରଜାତି ସଂଖ୍ୟା ୧୫୮ରେ ପହଞ୍ଚିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.