Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ନନ୍ଦନକାନନ ଆସିଲେ ଆନାକୋଣ୍ଡା

22/10/2019 at 5:39 PM

ଭୁବନେଶ୍ୱର – ଆନାକୋଣ୍ଡା ନାଁ ଶୁଣିଲେ ମନରେ ଛନକା ପଶିଯାଏ । ଏହି ବିଶାଳକାୟ ଜୀବକୁ ବିଭିନ୍ନ ଚଲଚ୍ଚିତ୍ରରେ ଲୋକେ ଦେଖିଛନ୍ତି । ତାର ଆକ୍ସନ ରିଆକ୍ସନ ଲୋକଙ୍କୁ ଭୟଭୀତ କରିଦିଏ । କିନ୍ତୁ ଏହି ଆନାକୋଣ୍ଡା ଏବେ ଦେଖିବାକୁ ମିଳିବ ନନ୍ଦନକାନନରେ । ନନ୍ଦନକାନନ ଜାତୀୟ ଉଦ୍ୟାନରେ ପହଞ୍ଚିଛନ୍ତି ୮ଟି ହଳଦୀ ରଙ୍ଗର ଆନାକୋଣ୍ଡା । ଏସବୁ ମାଡ୍ରାସ କୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ଅଣାଯାଇଛି । ଏଗୁଡିକ ନନ୍ଦନକାନନର ସରିଶୃପ ପାର୍କ ଭିତରେ ରଖାଯିବ । ଆନାକୋଣ୍ଡା ଆଣିବାକୁ ଏକ ୪ ଜଣିଆ ଟିମ୍ ଚେନ୍ନାଇ ଯାଇଥିଲେ ।

ଆନାକୋଣ୍ଡା ସାଧାରଣତଃ ହଳଦୀ, ସବୁଜ, ଡାର୍କ ସ୍ପଟେଡ ଓ ବୋଲିଭିନ ୪ ପ୍ରକାରର ଥାଆନ୍ତି । ସେମାନଙ୍କ ମଧ୍ୟରୁ ହଳଦୀ ରଙ୍ଗର ଆନାକୋଣ୍ଡା ଦେଖିବାକୁ ବେଶ୍ ଆକର୍ଷଣୀୟ । ଆନକୋଣ୍ଡାର ଲମ୍ବ ସାଧାରଣତଃ ୩୦ ଫୁଟ ଥିବା ବେଳେ ସର୍ବାଧିକ ଓଜନ ୩୫୦ ପାଉଣ୍ଡ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଆନାକୋଣ୍ଡା ଆସିବା ଖବର ଜାଣିବା ପରେ ପର୍ଯ୍ୟଟକ ଖୁସି ଜାହିର କରିଛନ୍ତି ।

ଆନାକୋଣ୍ଡା ସହ ୩ଟି ନାଇଲ୍ କୁମ୍ଭୀର ନନ୍ଦନକାନନ ଆସିଛନ୍ତି ।

   Related Posts