Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନନ୍ଦନ କାନନରେ ଅଧିକ ଖାଇ ୨ ଆନାକୋଣ୍ଡାଙ୍କର ମୃତ୍ୟୁ ଆଶଙ୍କା !

30/11/2019 at 10:37 PM

ଭୁବନେଶ୍ୱର ୩୦।୧୧ – ଶନିବାର ନନ୍ଦନକାନନରେ ଆଉ ଗୋଟେ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ୩ଦିନରେ ୨ ଦୁଇଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ଟି ଆନାକୋଣ୍ଡା ଅସୁସ୍ଥ ଥିବା ଜଣାପଡ଼ିଛି । ଗଲା ଅକ୍ଟୋବର ୨୨ରେ ଚେନ୍ନାଇର ମାଡ୍ରାସ କ୍ରୋକୋଡାଇଲ୍ ବ୍ୟାଙ୍କ୍ ଟ୍ରଷ୍ଟରୁ ୮ଟି ହଳଦିଆ ଆନାକୋଣ୍ଡା ଆଣିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ତେବେ କାହିଁକି ଲଗାତର ଭାବେ ଗୋଟିକ ପରେ ଗୋଟିଏ ଆନାକୋଣ୍ଡାଙ୍କ ମୃତ୍ୟୁ ହେଉଛି ତା’ର ଚାଲିଛି କାରଣ ଖୋଜା । ଏଭଳି ପରିସ୍ଥିତିରେ ଓୟୁଏଟି ବିଶେଷଜ୍ଞଙ୍କ ଅନୁମାନ ସିଧା ସଳକ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଆକ୍ସନ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି ।

ନନ୍ଦନକାନନ ଆସିବାକୁ ୨ମାସ ବି ପୂରିନି ୨ ଦୁଇଟି ଆନାକୋଣ୍ଡାଙ୍କ ମୃତ୍ୟୁ ହେଲାଣି । ଆଉ ୩ଟି ଆନାକୋଣ୍ଡା ଅସୁସ୍ଥ ଅବସ୍ଥାରେ ଅଛନ୍ତି । ଅକ୍ଟୋବର ୨୨ରେ ଚେନ୍ନାଇର ମାଡ୍ରାସ କ୍ରୋକୋଡାଇଲ୍ ବ୍ୟାଙ୍କ୍ ଟ୍ରଷ୍ଟରୁ ୮ଟି ହଳଦିଆ ଆନାକୋଣ୍ଡା ଆଣିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । କିନ୍ତୁ ଆସିବାର ୨ମାସ ନପୁରୁଣୁ ଦୁଇ ଦୁଇଟି ସାପଙ୍କ ମୃତ୍ୟୁ ପଶୁପ୍ରେମୀଙ୍କୁ ବିଚଳିତ କରିଛି । ନନ୍ଦନକାନନରେ କେଉଁ କାରଣରୁ ଗୋଟାକ ପରେ ଗୋଟିଏ ଆନାକୋଣ୍ଡାଙ୍କ ମୃତ୍ୟୁ ହେଉଛି ? ତାକୁ ନେଇ ଆରମ୍ଭ ହୋଇ କାରଣ ଖୋଜା ।

ମାଡ୍ରାସ କ୍ରୋକୋଡାଇଲ୍ ବ୍ୟାଙ୍କ ଟ୍ରଷ୍ଟ ଯେଉଁଠୁ ଏହି ଆନାକୋଣ୍ଡାଙ୍କୁ ଅଣାଯାଇଥିଲା ସେଠାରୁ ଡାକ୍ତରୀ ଟିମ୍ ନନ୍ଦନକାନନ ଆସୁଛନ୍ତି । ସେମାନେ ସୋମବାର ଏଠାରେ ପହଞ୍ଚିବେ । ସେପଟେ ଓୟୁଏଟି ବିଶେଷଜ୍ଞ ଦଳ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ଚିଡ଼ିଆଖାନା କର୍ତ୍ତୃପକ୍ଷ ।

ତେବେ ଓୟୁଏଟି ବିଶେଷଜ୍ଞଙ୍କ ଅନୁମାନ ଚିଡ଼ିଆକାନା କର୍ତ୍ତୃପକ୍ଷଙ୍କ ଆକ୍ସନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ପ୍ରକୃତରେ କ’ଣ ଖାଇ ଗୋଟାକ ପରେ ଗୋଟିଏ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଛି ? ଓୟୁଏଟି ବିଶେଷଜ୍ଞଙ୍କ କହିବା କଥା, ଶୀତ ଦିନରେ ଆନାକୋଣ୍ଡା ଅନେକ ଦିନ ଧରି ଖାଏ ନାହିଁ । କିନ୍ତୁ ନନ୍ଦନକାନନ କର୍ତ୍ତୃପକ୍ଷ ଆନାକୋଣ୍ଡାଙ୍କୁ ମୂଷା ଖାଇବାକୁ ଦେଇ ଚାଲିଥିଲେ । ତେଣୁ ଓଭର ଫିଡିଙ୍ଗ୍ ଯୋଗୁଁ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥାଇପାରେ ।

ଗଲା ଗୁରୁବାର ମରିଥିବା ଆନାକୋଣ୍ଡାର ପୋଷ୍ଟମର୍ଟମ କରାଯାଇଛି । ତେବେ ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଖୁଲାସା କରାଯାଇନି ।

ଏବେ ଅସୁସ୍ଥ ହୋଇପଡ଼ିଥିବା ୩ ଆନାକୋଣ୍ଡାଙ୍କ ଚିକିତ୍ସା ଚାଲିଛି । ସବୁ ଆନାକୋଣ୍ଡାଙ୍କୁ ଅଲଗା ଅଲଗା ସେଲ୍‌ରେ ରଖାଯାଇଛି । ତେବେ ମୃତ ଆନାକୋଣ୍ଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି ।

   Related Posts