ଆମେରିକା ସହାୟତାରେ ଟଳିଲା ଋଷ୍‌ ଉପରେ ଆତଙ୍କବାଦୀ ଆକ୍ରମଣ

Published By : Prameya-News7 Bureau | December 31, 2019 IST

ମସ୍କୋ - ଆମେରିକା ଓ ଋଷ୍‌ ମଧ୍ୟରେ ପୂର୍ବରୁ ସମ୍ପର୍କ ଭଲ ନଥିଲା । ଏହି ଦୁଇ ଦେଶ ଯୋଗୁଁ ସାରା ବିଶ୍ୱରେ ଶୀତଳ ଯୁଦ୍ଧର ପରିସ୍ଥିତି ଉପୁଜିଥିଲା । ହେଲେ ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ସୁଧାରିବାରେ ଲାଗିଛି । ଆମେରିକାର ସହାୟତାରେ ଋଷ୍‌ ଉପରେ ହେବାକୁ ଥିବା ଏକ ଆତଙ୍କବାଦୀ ଆକ୍ରମଣ ଟଳିଯାଇଛି । ଏହାପରେ ଋଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁତିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍‌ କରି ଧନ୍ୟବାଦ ଜଣାଇଛନ୍ତି ।

ଆମେରିକା ଋଷ୍‌କୁ ଆତଙ୍କବାଦୀ ଆକ୍ରମଣ ବିଷୟରେ ଏକ ସୂଚନା ଦେଇଥିଲା । ଏହି ସୂଚନା ପାଇବାପରେ ଋଷ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏଥିଯୋଗୁଁ ସାମ୍ଭବ୍ୟ ଆତଙ୍କବାଦୀ ଆକ୍ରମଣ ଟଳିଯାଇଥିଲା ।ଏହି ଆତଙ୍କବାଦୀ ଆକ୍ରମଣ ଟଳିୟିବା ପରେ ଋଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁତିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍‌କରି ଧନ୍ୟବାଦ ଦେଇଛନ୍ତି ।

{"id":205074,"sizeSlug":"large"}

ସମାଚାର ଏଜେନ୍ସି ରଏଟର୍‌ ସୂଚନା ଅନୁସାରେ ଏହି ଦୁଇ ନେତା ଭଲ ଭାବରେ କଥାବାର୍ତ୍ତା କରିଛନ୍ତି । ଭବିଷ୍ୟତରେ ଦୁଇ ଦେଶର ସମ୍ପର୍କ ଆହୁରି କିପରି ଭଲ ହୋଇ ପାରିବ ସେ ବିଷୟରେ ଚର୍ଚ୍ଚା କରିଥିଲେ । ହ୍ୱାଇଟହାଉସ ତରଫରୁ ଏ ସମ୍ପର୍କେର ସୂଚନା ଦିଆଯାଇଛି । ଆମେରିକାର ସୂଚନା ଅନୁସାରେ ଋଷ୍‌ରେ ଏକ ଆତଙ୍କବାଦୀ ଆକ୍ରମଣ ଟଳିଯାଇଥିବାରୁ ଋଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁତିନ ଫୋନ୍‌ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି ।

ହେଲେ ଏହି ସୂଚନା କିପରି ଥିଲା କେଉଁ ଆତଙ୍କବାଦୀ ଆକ୍ରମଣ ବିଷୟରେ ସୂଚନା ଦିଆଯାଇଥିଲା ସେ ସମ୍ପର୍କରେ କିଛି ତଥ୍ୟ ଦିଆଯାଇ ନାହିଁ ।

ଆମେରିକାରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ କେତକ ପ୍ରଶ୍ନ ଉଠିଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବେଳେ ଋଷ୍‌ର ହାତନେଇ ଡେମୋକ୍ରିଟକସ୍‌ମାନେ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.