Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ବଲାଙ୍ଗୀର ଜଙ୍ଗଲରେ ବୁଲୁଛି ବିରଳ ‘ଗୟଳ’

22/09/2019 at 10:37 AM

ବଲାଙ୍ଗୀର ୨୨/୯: ବଲାଙ୍ଗୀର ଜଙ୍ଗଲରେ ବୁଲୁଛି ବିରଳ ବଣ୍ୟପ୍ରାଣୀ ‘ଗୟଳ’। ଏ ନେଇ ସୂଚନା ଦେଇଛି ବଲାଂଗୀର ବନ ବିଭାଗ । ବଲାଙ୍ଗୀର ମଠଖାଇ ଜଙ୍ଗଲରେ ଏକ ‘ଜଙ୍ଗଲୀ ପୋଢ଼’ବା ଗୋୟଲ ବୁଲୁଥିବା ଚର୍ଚ୍ଚା ହେଉଛି । ଲୋକଂକ ସୂଚନା ଆଧାରରେ ବନ ବିଭାଗର ଏକ ଟିମ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବାରୁ ତାହା ଏକ ‘ଗୟଳ’ ବୋଲି ଜଣାପଡ଼ିଥିବା ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ ସୂଚନା ଦେଇଛନ୍ତି । ଗୟଳଟିକୁ ବନ ବିଭାଗ କର୍ମଚାରୀ ଠାବ କରୁଥିବା ସମୟରେ ସେ ଦୌଡ଼ି ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିବା ସେ କହିଛନ୍ତି ।

ଗୟଳ ଏକ ବିରଳ ବଣ୍ୟପ୍ରାଣୀ । ମୁଖ୍ୟତଃ ବଲାଙ୍ଗୀର ଭଳି ଅଞ୍ଚଳରେ ଏହି ପ୍ରାଣୀ ନୂଆ କହିଲେ ଚଳେ । ମାତ୍ର ଏହି ପ୍ରାଣୀ ପ୍ରାୟ ସମୟରେ ଗୋଷ୍ଠୀରେ ରହିଥାନ୍ତି । ତେଣୁ ଘଞ୍ଚ ଜଙ୍ଗଲ ଭିତରେ ଆହୁରି ଅଧିକ ଗୟଳ ଥାଇପାରନ୍ତି ବୋଲି ଡିଏଫଓ ଶ୍ରୀ ଶତପଥୀ କହିଛନ୍ତି । ଗୟଳର ଶରୀର ଷଣ୍ଢ ଭଳି ହୋଇଥିବା ବେଳେ ଗୋଡ଼ ଏବଂ ମୁହଁ ଧଳାରଙ୍ଗର ରହିଥାଏ । ଏମାନେ ମୁଖ୍ୟତଃ ଡେବ୍ରିଗଡ଼ ଅଭୟାରଣ୍ୟରେ ଅଛନ୍ତି । କିନ୍ତୁ ସେଠାରୁ ବଲାଙ୍ଗୀରକୁ ଆସିବା ସେତେ ସମ୍ଭବ ନୁହେଁ । ତେଣୁ ଦେଖାଦେଇଥିବା ଗୟଳ ବଲାଙ୍ଗୀର ଡିଭିଜନ ଅନ୍ତର୍ଗତ ଜଙ୍ଗଲର ହିଁ ବୋଲି ଶ୍ରୀ ଶତପଥୀ ଆଶଙ୍କା କରିଛନ୍ତି ।

ପ୍ରକାଶ ଯେ, ବଲାଙ୍ଗୀର ଡିଭିଜନ ଅନ୍ତର୍ଗତ ଜଙ୍ଗଲ କ୍ରମେ ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ହେଉଥିବା ପରିଲକ୍ଷିତ ହେଉଛି । ଗତ ଜୁନ ମାସରେ ପ୍ରଥମ କରି ବଲାଙ୍ଗୀର ଡିଭିଜନ ଅନ୍ତର୍ଗତ କଣ୍ଟାବାଞ୍ଜି ରେଞ୍ଜରେ ଏକ ହାତୀପଲ ଥିବାବେଳେ ଆଟଗାଁ ବିଟ୍‌ ଅଞ୍ଚଳରେ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ବଲାଙ୍ଗୀର ଜଙ୍ଗଲରେ ସେମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟପେୟ ରହୁନଥିବାରୁ ଖାଦ୍ୟ ଅନ୍ୱେଷଣରେ ଆସି ଚାଲିଯାଉଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଏଠାରେ ରହିଯାଇଛନ୍ତି । ସେହିପରି ବର୍ଣ୍ଣି ଜଙ୍ଗଲରେ କଲରାପତରିଆଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା । ଏଥିରୁ ବଲାଙ୍ଗୀର ଜଙ୍ଗଲରେ ପରିବେଶ ସନ୍ତୁଳନ ଠିକ ରହୁଥିବା ପରିବେଶବିତମାନେ ଆଶାବ୍ୟକ୍ତ କରିଛନ୍ତି ।

   Related Posts