ବାୟୁସେନା ଯୁଦ୍ଧବିମାନର ଜରୁରି ଅବତରଣ ନିମନ୍ତେ ପ୍ରସ୍ତୁତ ହେଲା ଦେଶର ଆଉ ଏକ NH, ଜାଣନ୍ତୁ କାହିଁକି ଖାସ୍

Published By : Prameya-News7 Bureau | September 08, 2021 IST

ବାଡମେର ୮।୯: ଭାରତୀୟ ବାୟୁସେନା ଯୁଦ୍ଧବିମାନ  ଜରୁରି ଅବତରଣ ଲାଗି ଦେଶର ଗୋଟିକ ପରେ ଗୋଟିଏ ଜାତୀୟ ରାଜମାର୍ଗ (ଏନଏଚ୍‌) ପ୍ରସ୍ତୁତ ହେବାରେ ଲାଗିଛି। ଏଥିରେ ରାଜସ୍ଥାନ ବାଡମେରର ଏନଏଚ୍-୯୨୫ର  ୩ କିଲୋମିଟର ମାର୍ଗକୁ ଯୁଦ୍ଧବିମାନ ଜରୁରି ଅବତରଣ ନିମନ୍ତେ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ  ନିତିନ ଗଡକରୀ ୯ ସେପ୍ଟେମ୍ବର ଗୁରୁବାର ଏହାକୁ ଉଦଘାଟନ କରିବେ।

ପୂର୍ବରୁ ଯମୁନା ଏକ୍ସପ୍ରେସ୍-ୱେରେ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିଲା। ତେବେ ରାଜସ୍ଥାନର ବାଡମେର ଏନଏଚ୍ ଏଥିରେ ଦ୍ୱିତୀୟ ଉପକ୍ରମ ପାଲଟିଛି।  ଏନଏଚ-୯୨୫ର ଗାନ୍ଧବ-ବାଖାସର ସେକ୍ସନକୁ ଏଥିଲାଗି ସ୍ୱତନ୍ତ୍ର ପ୍ରସ୍ତୁତ କରାଯାଇଛି। ଜରୁରିକାଳୀନ ପରିସ୍ଥିତିରେ ଯୁଦ୍ଧବିମାନ ଲ୍ୟାଣ୍ଡିଂ ଲାଗି ରାସ୍ତାରେ ସାଢେ ୩ କିଲୋମିଟର ଦୀର୍ଘ ଷ୍ଟ୍ରେଚ୍ ନିର୍ମିତ ହୋଇଛି। ଯାହା ଉପରେ କେବଳ ବାୟୁସେନା ବିମାନକୁ ଅବତରଣ କରାଯିବ।

{"id":508257,"width":840,"height":546,"sizeSlug":"full","linkDestination":"none"}

ଜାତୀୟ ରାଜମାର୍ଗରେ ଏହି   ଷ୍ଟ୍ରେଚ୍ ନିର୍ମାଣ ଲାଗି ୧୬ ମାସ ସମୟ ଲାଗିଛି। ମୋଟ ୭୬୫.୫୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟ୍ରେଚ୍‌ ବାସ୍ତବିକ ଅନନ୍ୟ ବୋଲି କୁହାଯାଉଛି। ଭାରତୀୟ ରାଜମାର୍ଗ ପ୍ରାଧିକରଣ ବାୟୁସେନା ଲାଗି ଏହାକୁ ନିର୍ମାଣ କରାଇଛନ୍ତି। ରାଜମାର୍ଗ ଅଧିକାରୀଙ୍କ ଅନୁସାରେ ପୁରା ଫିଲ୍ଡଟି ୧୯୬.୯୭ କିମି ଦୀର୍ଘ ଓ ଏହାକୁ ଭାରତମାଲା ପ୍ରକଳ୍ପରେ ନିର୍ମାଣ କରାଯାଇଛି। ବାୟୁସେନା ଲାଗି ନିର୍ମିତ ଏହି ପ୍ରକଳ୍ପ ବାଡମେର ଓ ଜାଲୌର ଜିଲ୍ଲାର ସୀମାବର୍ତ୍ତି ଗ୍ରାମମାନଙ୍କ ସମ୍ପର୍କରେ ସୁଧାର ଆଣିବ ବୋଲି ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି।

ଏହି ରାଜମାର୍ଗଟି ଦେଶର ପଶ୍ଚିମ ସୀମାବର୍ତ୍ତି କ୍ଷେତ୍ରରେ ଅବସ୍ଥିତ। ଏଣୁ କ୍ଷେତ୍ର ପ୍ରତି ବାୟୁସେନାର ସତର୍କତା ବଢିବ। ଏହା ଛଡା ଦେଶର ଭିତ୍ତିଭୂମି ସଂରଚନା ମଧ୍ୟ ମଜଭୁତ ହେବ। ଭାରତୀୟ ସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୁନ୍ଦନପୁରା,ସିଂଘାନିଆ ଓ ଭାଖାସର ଗାଁରେ ୧୦୦ରେ ୩୦ ମିଟର ଆକରର ୩ଟି ହେଲିପ୍ୟାଡ ମଧ୍ୟ ନିର୍ମିତ  ହୋଇଛି। ଏହି ନିର୍ମାଣ ଯୋଗୁ ଭାରତୀୟ ସେନା ଓ ତଥା ପଶ୍ଚିମ ଅନ୍ତର୍ଜାତୀୟ ସୀମାର ସୁରକ୍ଷା ଆହୁରି ମଜଭୁତ ହୋଇପାରିବ।

{"id":508258,"width":838,"height":486,"sizeSlug":"full","linkDestination":"none"}

ଏହି ଷ୍ଟ୍ରେଚ୍‌କୁ ସାଧାରଣ ଦିନମାନଙ୍କରେ ଯାନବାହନ ଯାତାୟାତ ଲାଗି ବ୍ୟବହାରରେ ରହିବ। ତେବେ ବାୟୁସେନାର ଆବଶ୍ୟକତା ପଡିଲେ ରାସ୍ତା ଟ୍ରାଫିକକୁ ସର୍ଭିସ ରୋଡକୁ ସିଫ୍ଟ କରିଦିଆଯିବ। ଭାରତୀୟ ବାୟୁସେନା ଓ ଏନଏଚଏଆଇଙ୍କ ମିଳିତ ଦେଖରେଖରେ ଜିଏଚବି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏହାକୁ ନିର୍ମାଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.