Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କମ୍ ଟଙ୍କାରେ ବଜାରରୁ ଏକ ସାଧାରଣ ପେଣ୍ଟିଙ୍ଗ କିଣିଥିଲେ ବ୍ୟକ୍ତି: ୩୦୦ କୋଟିରେ ବିକ୍ରି ହେଲା ଅସାଧାରଣ ସ୍କେଚ୍

27/11/2021 at 3:49 PM

ନୂଆଦିଲ୍ଲୀ ୨୭/୧୧ : ବେଳେବେଳେ କିଛି ପେଣ୍ଟିଙ୍ଗର ଦାମ ଏତେ ଅଧିକ ଥାଏ ଯେ ଶୁଣି ମୁଣ୍ଡ ବୁଲେଇଦିଏ। କିଛି ପେଣ୍ଟିଙ୍ଗ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ। ଏହିଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଏକ ସାଧାରଣ ପେଣ୍ଟିଙ୍ଗ କିଣି ନିଜ ଘର କାନ୍ଥରେ ଲଗାଇଲେ। ଏମିତି ଏକ ଘଟଣା ଘଟିଲା ଯେ ସେହି ସାଧାରଣ ପେଣ୍ଟିଙ୍ଗ ୩୦୦ କୋଟି ଟଙ୍କାରେ ବିକ୍ରି ହୋଇଗଲା। କାରଣ ପେଣ୍ଟିଙ୍ଗ ବହୁ ବର୍ଷ ପୁରୁଣା ଥିଲା।

ଘଟଣା ଆମେରିକାର ମେସାଚ୍ୟୁସେଟ୍ସର। ଦ ମିରରର ରିପୋର୍ଟ ଅନୁଯାୟୀ, ଏଠାରେ ରହୁଥିବା ଜଣେ ବ୍ୟକ୍ତି କିଛି ଦିନ ପୂର୍ବରୁ ବଜାରରୁ ଏକ ସାଧାରଣ ପେଣ୍ଟିଙ୍ଗ କିଣିଥିଲେ। ତାକୁ ଆଣି ନିଜ ଘର କାନ୍ଥରେ ଝୁଲେଇଦେଲେ। ସେ ଜାଣିନଥିଲେ ଯେ ପେଣ୍ଟିଙ୍ଗରେ କରାଯାଇଥିବା ସ୍କେଚ ବହୁତ ପୁରୁଣା ଓ ଅରିଜିନାଲ।

ତାଙ୍କୁ କେହି ଜଣେ ଏହି ସ୍କେଚ ସମ୍ପର୍କରେ ଜଣାଇଲେ। ତାପରେ ସେ ଜଣେ ବିଶେଷଜ୍ଞଙ୍କୁ ପେଣ୍ଟିଙ୍ଗ ଦେଖାଇଲେ। ତାପରେ ସତ ସାମ୍ନାକୁ ଆସିଥିଲା। ପେଣ୍ଟିଙ୍ଗ ୧୫୦୩ ମସିହାରେ ପେଣ୍ଟ କରାଯାଇଥିଲା। ହଳଦିଆ ରଙ୍ଗର ଲେନିନ କପଡାରେ ତିଆରି ହୋଇଥିବା ସ୍କେଚ ବିଶ୍ୱର କିଛି ପ୍ରସିଦ୍ଧ ମୋନୋଗ୍ରାମ୍ସ ଏଲ୍ବ୍ରେଟ ଡୁରରଙ୍କ ମୋନୋଗ୍ରାମ୍ସ ମଧ୍ୟରୁ ଗୋଟିଏ। ଏହା ପୁନର୍ଜାଗରଣ ସମୟର ଜର୍ମାନୀ ଆର୍ଟିଷ୍ଟଙ୍କ ଅରିଜିନାଲ ଆର୍ଟୱାର୍କ।

ରିପୋର୍ଟରେ କୁହାଯାଇଛି ଯେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩ ବିଲିୟନ (୩୦୦ କୋଟି ଟଙ୍କା)ରୁ ମଧ୍ୟ ଅଧିକ ହେବ। ସ୍କେଚକୁ ଦେଖି ବିଶେଷଜ୍ଞ ଆଶ୍ଚର୍ଯ୍ୟ ହୋଇଗଲେ ଯେ ବ୍ୟକ୍ତି ଜଣକୁ ଏତେ ଶସ୍ତାରୁ ପେଣ୍ଟିଙ୍ଗ କେଉଁଠୁ ମିଳିଲା। ବ୍ୟକ୍ତି ଜଣକ କହିଥିଲେ ଯେ ସେ ବଜାରରୁ ବହୁତ କମ ଟଙ୍କାରେ ଏହାକୁ କିଣିଥିଲେ। ପେଣ୍ଟିଙ୍ଗରେ ଏକ ମା’-ଶିଶୁର ସ୍କେଚ କରାଯାଇଛି।

   Related Posts