Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ନବଜାତ ଝିଅର ମୁହଁ ଦେଖି ପାରିନାହାଁନ୍ତି ଏହି ଅଫିସର, କରୋନା ବିରୋଧରେ କରୁଛନ୍ତି ଲଢେଇ

7/04/2020 at 12:45 PM

ନୋଏଡା, ୦୭|୦୪:  ରାଜୀବ ରାୟ ତାଙ୍କ ଘରକୁ ଏକ ନୂଆ ଅତିଥୀ ଆସିଥିବା ଶୁଣିବା ପରେ ଖୁସିରେ ପାଗଳ ହୋଇଯାଇଥିଲେ । କାରଣ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ଏବେସୁଦ୍ଧା ସେ ନବଜାତକର ମୁହଁ ମଧ୍ୟ ଭଲରେ ଦେଖିନାହାଁନ୍ତି । କିମ୍ବା ଝିଅକୁ କୋଳରେ ଧରି ନାହାଁନ୍ତି । କରୋନା ଲଢେଇରେ ସାମିଲ ଥିବା ରାଜୀବ ନିଜ ଝିଅକୁ କେବଳ ୩ ମିଟର ଦୂରତାରୁ ହିଁ ଦେଖିବାକୁ ସୁଯୋଗ ପାଉଛନ୍ତି । ସେ ଏବେ କରୋନା ସନ୍ଦିଗ୍ଧଙ୍କ ଉପରେ ଯାଂଚ କରୁଥିବା ଟିମର ଫିଲ୍ଡ ଅଫିସର ଭାବେ କାର୍ଯ୍ୟରତ ।

ସେ କହିଛନ୍ତି ଯେ, ୩ ସପ୍ତାହ ହେଲା ସେ ନିଜ ଗର୍ଭବତୀ ପତ୍ନୀ ଓ ୮ ବର୍ଷର ଝିଅକୁ ଦେଖିପାରି ନଥିଲେ । ସେ ଘରକୁ ଆସିବା ପରେ ସିଧା ଗେଷ୍ଟ୍ ରୁମ ଚାଲିଯାଆନ୍ତି । ତାଙ୍କ ପତ୍ନୀ କନ୍ୟା ସନ୍ତାନ ଜନ୍ମ କରିଥିବା ଖବର ଶୁଣିବା ପରେ ସେ ଖୁସି ହୋଇ ପଡିଥିଲେ । କିନ୍ତୁ ସେ ଝିଅ ପାଖକୁ ଯାଇ ପାରୁନାହାଁନ୍ତି । ସେ ନୋଏଡାରେ କାର୍ଯ୍ୟ କରୁଛନ୍ତି । ଏଠାରେ ସବୁଠାରୁ ଅଧିକ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ସୋମବାର ଦ୍ୱିପ୍ରହରରେ ତାଙ୍କର କନ୍ୟା ସନ୍ତାନ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ହସ୍ପିଟାଲ ଯାଇଥିଲେ । ସେ କବାଟ ପାଖର ଛିଡା ହୋଇ ଝିଅକୁ ଦେଖିଥିଲେ । ଏହାପରେ ନିଜ କାମକୁ ଫେରିଯାଇଥିଲେ । ତେବେ ଯେଉଁ ପର୍ଯ୍ୟନ୍ତ ସଂକ୍ରମଣ କମ ହୋଇନାହିଁ ସେତେଦିନ ଯାଏଁ ସେ ଝିଅକୁ ସ୍ପର୍ଶ କରିବେ ନାହିଁ ବୋଲି କହିଛନ୍ତି । କାରଣ ନବଜାତକଙ୍କୁ କରୋନା ସଂକ୍ରମଣର ଭୟ ଅଧିକ ରହିଥାଏ । ତେଣୁ ସେ ଦୂରତା ବଜାୟ ରଖୁଛନ୍ତି ।

   Related Posts