Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଜୋ ବିଡେନଙ୍କ କରୋନା ଟାସ୍କ ଫୋର୍ସ ସହ ଅଧ୍ୟକ୍ଷ ହେଲେ ଭାରତୀୟ ଆମେରିକାନ ବିବେକ ମୂର୍ତ୍ତି

9/11/2020 at 10:17 PM

ୱାସିଂଟନ ୯।୧୧: ଆମେରିକା ରାଷ୍ଟ୍ରପତିଙ୍କ  କୋଭିଡ-୧୯ ପରାମର୍ଶଦାତା ବୋର୍ଡର ୩ ସଦସ୍ୟଙ୍କ ମଧ୍ୟରେ  ଇଣ୍ଡୋ-ଆମେରିକନ ଡା.ବିବେକ ମୂର୍ତ୍ତି  ମଧ୍ୟ ଅଛନ୍ତି। ନବ ନିର୍ବଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ବିବେକ ପରାମର୍ଶ ଦେବେ। କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଆମେରିକାରେ ୨ଲକ୍ଷ ୩୬ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ୪୩ ବର୍ଷ ବୟସ୍କ ଡା.ମୂର୍ତ୍ତି ଆମେରିକାରେ ସର୍ଜନ ଜେନେରାଲ ଅବସ୍ଥାପିତ ଥିଲେ।

ଡା.ମୂର୍ତ୍ତି ତଙ୍କର ଅନ୍ୟ ଦୁଇ  ସହ ଅଧ୍ୟକ୍ଷ ଡା.ଡେଭିଡ କେସ୍ଲର ଓ ଡା.ମାର୍ସେଲା ନୁନେଜ ସ୍ମିଥ୍‌ଙ୍କ ସହ ମିସି ଦେଶରେ ଘାତକ ଭୂତାଣୁ ନେଇ ନବନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ପରାମର୍ଶଦାତା ଅଗ୍ରଣୀ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍‌ର ନେତୃତ୍ୱ ନେବେ। ଏବେ ବିଶ୍ୱରେ ଆମେରିକା ସର୍ବାଧିକ କୋଭିଡ-୧୯ ପ୍ରଭାବିତ ଦେଶ। ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କରୋନା ଭାଇରସ ମହାମାରୀର ମୁକାବିଲା ତାଙ୍କ ପ୍ରଶାସନର ପ୍ରାଥମିକତା ହେବ ବୋଲି ବିଡେନ ଘୋଷଣା କରିଛନ୍ତି।

ଡା.ମୂର୍ତ୍ତି ଆମେରିକାର ୧୯ତମ ସର୍ଜନ ଜେନେରାଲ ଥିଲେ। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିଥିଲେ। ସେହିପରି ଡା. କେସ୍ଲର ୧୯୯୦ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଆମେରିକା ଫୁଡ ଏଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନର କମିଶନର ଥିଲେ।  ଡା. ନୁନେଜ୍ ସ୍ମିଥ୍ ୟେଲ ୟୁନିଭର୍ସିଟିରେ ଇଟରନାଲ ମେଡିସିନର ସହାୟକ ପ୍ରଫେସର ଅବସ୍ଥାପିତ ଅଛନ୍ତି।  

   Related Posts