Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ, ୧୬ଟି ପ୍ରସ୍ତାବ ଉପରେ ବାଜିଲା ମୋହର

6/03/2021 at 7:22 PM

ଭୁବନେଶ୍ବର ୦୬/୦୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି । ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ରେ ମୋହର ବାଜିଥିବା ସୂଚନା ମିଳିଛି । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍‌ର ମୋହର ବାଜିଛି । ରେମୁଣା ତହସିଲରେ ଏମ୍‌ସର ସାଟେଲାଇଟ୍‌ ପ୍ରକଳ୍ପ ତିଆରି ଉପରେ ମୋହର ବାଜିଛି । ଏହା ସହିତ ଏମ୍‌ସର ସାଟେଲାଇଟ୍‌ ସେଣ୍ଟରକୁ ୨୫ ଏକର ଜାଗା ଦେବା ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ବାଲେଶ୍ବର ରେମୁଣାରେ ପ୍ରତିଷ୍ଠା ହେବ ଏହି ସାଟେଲାଇଟ୍‌ ସେଣ୍ଟର । ରାଜ୍ୟରେ ୧୦ଟି ମେଗା ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ । ୧୦ଟି ବ୍ଲକ୍‌ରେ କାର୍ଯ୍ୟକାରୀ ହେବ ମେଗା ଜଳଯୋଗାଣ ପ୍ରକଳ୍ପ ।

ଆଳି, ରାଜକନିକା, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଦା, ଜଟଣୀ, ଗଅଁଦିଆ, ଭୁବନ ଗୋଲମୁଣ୍ଡା, ଯାଜପୁର ଓ ବିଞ୍ଜାରପୁର ବ୍ଲକରେ ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିଛି । ସେହିପରି ସମ୍ବଲପୁର ଜିଲ୍ଲାର ୨୬ ଟି ପଞ୍ଚାୟତ ଓ ଝାରସଗୁଡା ଜିଲ୍ଲାର ୨ଟି ପଞ୍ଚାୟତରେ  ପାନୀୟଜଳ ଯୋଗାଣ ପ୍ରକଳ୍ପ ଲାଗି ବ୍ୟୟବରାଦ ଉପରେ କ୍ୟାବିନେଟ ମୋହର ବାଜିଛି । ଓଡିଶା ବିହନ ନିଗମକୁ ଶହେ କୋଟି ଟଙ୍କାର କର୍ପସ ଫଣ୍ଡ ଦେବେ ସରକାର ।

   Related Posts