ଚଳନ୍ତା ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରବାସୀ ମହିଳା

Published By : Prameya-News7 Bureau | May 22, 2020 IST

ବଲାଙ୍ଗୀର୨୨/୫: ଚଳନ୍ତା ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରବାସୀ ମହିଳା। ଷ୍ଟେସନରେ ପହଁଞ୍ଚିବା ପୂର୍ବରୁ ଶିଶୁ ପୁତ୍ର ଜନ୍ମ କଲେ ବଲାଙ୍ଗୀର ତୁରକେଲା ବ୍ଲକ ପଖନମୁଣ୍ଡା ଗାଁ ର ଧୁବଲେ ନାଗଙ୍କ ୩୫ ବର୍ଷୀୟ ପତ୍ନୀ କୁନ୍ତୀ ବାଗ। ଆଜି ତେଲେଙ୍ଗାନା ସିକନ୍ଦରାବାଦରୁ ସ୍ପେସିଆଲ ଶ୍ରମିକ ଟ୍ରେନରେ ବଲାଙ୍ଗୀର ଷ୍ଟେସନକୁ ପ୍ରବାସୀ ଫେରୁଥିବା ବେଳେ ଘଟିଛି ଏଭଳି ଘଟଣା। ଷ୍ଟେସନ ରେ ପହଁଞ୍ଚିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ମେଡିକାଲ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ନେଇ ଭର୍ତ୍ତି କରିଛନ୍ତି। ଉଭୟ ମା ଓ ଶିଶୁ ପୁତ୍ର ଭଲ ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିିଳିଛି। ଦୀର୍ଘ ୧ ବର୍ଷ ହେବ ସିକନ୍ଦରାବାଦରେ ରହି ଇଟା ଭାଟିରେ କାମ କରୁଥିଲେ ଧୁବଳେ ନାଗଙ୍କ ପରିବାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.